କମିବ ଡିଟିଏଚ ଦର

ନୂଆଦିଲ୍ଲୀ: ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ନୂଆବର୍ଷରୁ ଏହାର କେବୁଲ ଟିଭି ଓ ଡିଟିଏଚ ଟାରିଫ ମୂଲ୍ୟରେ ସଂଶୋଧନ କରିଛି । ଏହା ଫଳରେ ମହଙ୍ଗା କେବୁଲ ଟିଭି ଓ ଡିଟିଏଚ କନେକ୍ସନରୁ ଗ୍ରାହକଙ୍କୁ ମିଳିବ ମୁକ୍ତି । ଏଥିରେ ଟ୍ରାଇ କେବୁଲ ଟିଭି ଓ ଡିଟିଏଚ୍ ଗ୍ରାହକଙ୍କ ପାଇଁ ବଡ଼ ରିଆତି ଘୋଷଣା କରିଛି । ଏଣିକି ମାତ୍ର ୧୩୦ ଟଙ୍କା ପଇଠ କରି ଗ୍ରାହକ ୨୦୦ଟି ଚ୍ୟାନେଲର ମଜା ଉଠାଇପାରିବେ । ଏହି ସୁବିଧା ମାର୍ଚ୍ଚ ପହିଲାରୁ ଲାଗୁ ହେବ ।
ନୂଆ ନିୟମ ଅନୁସାରେ ପ୍ରସାରଣକାରୀ ଚଳିତ ମାସ ୧୫ ପର୍ଯ୍ୟନ୍ତ ନିଜ ଚ୍ୟାନେଲର ଟାରିଫ ବା ଦର ୱେବସାଇଟରେ ଦର୍ଶାଇବାକୁ ହେବ । ୩୦ ଜାନୁଆରୀ ପର୍ଯ୍ୟନ୍ତ ସମସ୍ତ ଚ୍ୟାନେଲଗୁଡ଼ିକ ସେମାନଙ୍କ ମୂଲ୍ୟ ତାଲିକା ପ୍ରକାଶ କରିବେ । ଏହା ଦ୍ୱାରା ଉପଭୋକ୍ତାମାନେ ପୂର୍ବାପେକ୍ଷା କମ ଦରରେ ଟିଭି ଦେଖିପାରିବେ । ତେବେ କେତେକ କେବୁଲ ଅପରେଟର ଏଭଳି ନିୟମକୁ ଅବମାନନା କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏନେଇ ମଧ୍ୟ ଟ୍ରାଇ ତୀକ୍ଷ୍ଣ ନଜର ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ