କୃଷକମାନଙ୍କ ସହିତ କଥାବାର୍ତ୍ତା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାର ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ କୃଷକମାନଙ୍କ ସହିତ କଥାବାର୍ତ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ସଭାପତି ପ୍ରଶାନ୍ତ ପାଳଙ୍କ ସମେତ ବହୁ ନେତା ଆଜି କାଶୀନଗର ବ୍ଲକର ହାଡୁଭାଙ୍ଗି ଠାରେ ଏକ ସଭାରେ ଯୋଗ ଦେଇଥିଲେ । ସ୍ଥାନୀୟ ସରପଞ୍ଚ ଶଙ୍କର ରାଓ, ସମିତି ସଭ୍ୟ ଗୋରିଲୁ ଜାମିନାମା, ନାଏବ ସରପଞ୍ଚ ପୋରିଡି ଗୋରିସାନା, ଜିଲ୍ଲା କାର୍ଯ୍ୟନିର୍ବାହୀ ସଦସ୍ୟ ବୋରା ସଞ୍ଜୀବ, ଆଲିବିଲି ଗୋପାଳ, କୋଡୁରୁ ଗୋପୀ, ଏସ.ଭେଙ୍କଟରାଓ, ଚିତ୍ରିବାବୁଙ୍କ ସମେତ ୧୦୦ରୁ ଅଧିକ କୃଷକ ଉପସ୍ଥିତ ଥିଲେ । ନରେନ୍ଦ୍ର ମୋଦୀଙ୍କ ଅଧୀନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ କୃଷକଙ୍କ ବିକାଶ ପାଇଁ ଆଲୋଚନା କରାଯାଇଥିଲା ।


