ଚନ୍ଦ୍ରଭାଗା ତେଲୁଗୁ ବସ୍ତିରେ ନୂତନ ସମବାୟ ସମିତି ଗଠନ ଓ କାର୍ଯ୍ୟକର୍ତା ଚୟନ 

କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :-ରବିବାର ପୂର୍ବାହ୍ନ ରେ କୋଣାର୍କ ଏନ୍ ଏ ସି ଅନ୍ତର୍ଗତ ୮ନଂ ୱାର୍ଡ ତେଲୁଗୁ ବସ୍ତିରେ ସାଗର ପୂତ୍ର ନାମକ ଏକ ସମବାୟ ସମିତି ଗଠନ କରାଯାଇଛି । ଖବରରୁ ପ୍ରକାଶ ଯେ ଚନ୍ଦ୍ରଭାଗା ତେଲୁଗୁ ବସ୍ତିରେ ଦୀର୍ଘଦିନ ଧରି ଥିବା ପୁରାତନ ସମବାୟ ସମିତି ର ସଭାପତିଙ୍କ କିଛି ମନମାନି ନିତିଯୋଗୁ ଲୋକମାନେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେବା ସହ ସମବାୟ ସମିତି ର କାର୍ଯ୍ୟ ସମ୍ପୂର୍ଣ ରୂପେ ଠପ ହୋଇ ରହିଥିଲା । ଏହାକୁ ଭିତ୍ତି କରି ଉକ୍ତ କମିଟି ର କିଛି ସଦସ୍ୟ ଉପସ୍ଥିତିରେ ମସ୍ତ୍ୟ ସମ୍ପଦ ବିଭାଗର ନିର୍ବାଚନ ଅଧିକାରୀ ବିପିନି ସାହୁ ଙ୍କ ନେତୃତ୍ବରେ ସାଗର ପୁତ୍ର ନାମକ ଏକ ନୂତନ ସମବାୟ ସମିତି ଗଠନ କରାଯାଇଛି । ଏହି ସମବାୟ ସମିତି ରେ ନୂତନ ସଭାପତି ଗେଙ୍ଗେରି ଶ୍ରିନୁ, ଉପସଭାପତି ଗାରିକେନା ରାଜୁ  ଓ ସମ୍ପାଦକ ପି ସମ୍ବା ଶିବରାଓ ଙ୍କୁ ନିର୍ବାଚିତ କରାଯାଇଥିଲା । ଏହି ସମବାୟ ସମିତି ଗଠନ ରେ ନବ ନିର୍ବାଚିତ ଉକ୍ତ ୱାର୍ଡ ର କାଉନସିଲର ଦିଲ୍ଲୀପ କୁମାର ଦାଶ ଉପସ୍ଥିତ ରହି ଆଗମୀ ଦିନରେ ସମିତି ସକ୍ରିୟ ଭୂମିକା ଗ୍ରହଣ କରିବା ସହ ଲୋକମନେ କିପରି ବିଭିନ୍ନ ମୌଳିକ ସୁବିଧା ଗୁଡ଼ିକ ପାଇ ପାରିବେ ସେଥିପାଇଁ ସହାୟତାର ହାତ ବଢାଇବେ ବୋଲି ଉଦ୍ଦବୋଧନ ଦେଇଥିଲେ । ଶେଷରେ ସଭାପତି , ଉପସଭାପତି ଓ ସମ୍ପାଦକ ମାନଂକୁ ଆଗମୀ ଦିନରେ ସମସ୍ତ କାର୍ଯୟକ୍ରମକୁ ଠିକ୍ ରୂପେ ସଂପାଦନ କରିବା ପାଇଁ ଅବଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ