କୃଷକ ସଂଗଠନ ତରଫରୁ ଆଲୋଚନା ଚକ୍ର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-କରୋନା ଓ ଟୀକାକରଣକୁ ନେଇ ସମଗ୍ର ବିଶ୍ୱରେ ବିବାଦ ଓ ବିତର୍କ ଦେଖା ଦେଇଥିଲା ବେଳେ ରାଜ୍ୟର ପ୍ରମୁଖ ଗଣସଂଗଠନ ନବନିର୍ମାଣ କୃଷକ ସଂଗଠନ ଏହାକୁ ନେଇ ଏକ ଆଲୋଚନାଚକ୍ର ୧୩ ଫେବୃୟାରୀ ୨୦୨୨ ରବିବାର ଦିନ ଇନ୍‌ଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟର୍ସଠାରେ ଆୟୋଜିତ କରୁଛନ୍ତି । ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ଉଦ୍ୟମକ୍ରମେ ଭାରତ ନବନିର୍ମାଣ ଅଭିଯାନ ଓ ଆୱକେନ ଇଣ୍ଡିଆ ମୁଭମେଣ୍ଟର ମିଳିତ ସହଯୋଗରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ । ଦିବା ୧୦ ଘଟିକାରୁ ୧.୩୦ ମିନିଟ୍ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ମୁମ୍ବାଇ ହାଇକୋର୍ଟ ଓ ସୁପ୍ରିମ କୋର୍ଟର ଓକିଲ ନିଲେଶ ଓଝା, ମୁଖ୍ୟବକ୍ତା ଭାବରେ ଏମ୍ସର ଡ଼ାକ୍ତର ଡଃ ସଞ୍ଜୟ ରାୟ ଓ ସମ୍ମାନିତ ବକ୍ତା ଭାବେ ଡଃ ବିଶ୍ୱରୂପ ରାୟଚୌଧୁରୀ ଯୋଗଦେବେ । ସେହିଭଳି ସମ୍ମାନିତ ଅତିଥି ଭାବେ ‘ବ୍ୟାଙ୍କୋକା ମାୟାଜାଲ’ ପୁସ୍ତକର ଲେଖକ ରବି କୋହଡ଼ ଯୋଗ ଦେବେ । ଓଡ଼ିଶାରୁ ବିଶିଷ୍ଟ ସାମାଜିକ କର୍ମୀ ଡାକ୍ତର, ଅଧ୍ୟାପକ, ସମାଜସେବୀ ଓ ରାଜନେତା ଅଧିକାଂଶ ବର୍ଗର ବହୁ ବ୍ୟକ୍ତିଙ୍କୁ ଏହି ଆଲୋଚନାଚକ୍ରକୁ ନିମନ୍ତ୍ରଣ କରାଯାଇଛି । ସୂଚନାଯୋଗ୍ୟ ଯେ, କୋଭିଡକୁ ନେଇ ସ୍ୱାସ୍ଥ୍ୟ ବିଜ୍ଞାନର ପରାମର୍ଶ ଯେତିକି ଗ୍ରହଣ କରାଯାଉଛି, ତା’ଠାରୁ ବେଶି ସ୍ୱାସ୍ଥ୍ୟ ଉଦ୍ୟୋଗ ଏହାକୁ ପ୍ରଭାବିତ କରୁଛି । ଯେଉଁଥି ପାଇଁ ଦୁଇ ଦୁଇଟି ଟୀକା ନେଲା ପରେ ମଧ୍ୟ ଲୋକମାନେ କୋଭିଡ଼ରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁଛନ୍ତି । ଏହାକୁ ନେଇ ବିବାଦ ଓ ବିତର୍କ ଆରମ୍ଭ ହୋଇଛି । ଦେଶର ଅର୍ଥନୀତି, ଶିକ୍ଷା, ସ୍ୱାସ୍ଥ୍ୟ ସବୁ କୋଭିଡ଼ରେ ପ୍ରଭାବିତ ହେଲା ବେଳେ, କୋଭିଡ଼ ପାଇଁ ଔଷଧ ନିର୍ମାଣ କରିଥିବା କମ୍ପାନୀମାନେ ଲକ୍ଷ ଲକ୍ଷ କୋଟିର ମାଲିକ ବନିଗଲେଣି । ତେଣୁ ପ୍ରକୃତପକ୍ଷେ କୋଭିଡ଼ର ଉପଚାର କିଭଳି ହେବ, ମାକ୍ସ ପିନ୍ଧିବା କେତେ ଉପକାରୀ, ଟୀକାକରଣର ଭବିଷ୍ୟତ ପରିଣାମ କଣ, ଏହାକୁ ନେଇ ବକ୍ତାମାନେ ନିଜର ବକ୍ତବ୍ୟ ରଖିବେ ବୋଲି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ କୁମାର ସୂଚନା ଦେଇଛନ୍ତି । ଏହି ଆଲୋଚନାଚକ୍ରରେ ମାନବ ସମାଜ ତଥା ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ସମସ୍ତ ଉତ୍ସାହୀ ଜନସାଧାରଣ ଯୋଗ ଦେବା ପାଇଁ ଶ୍ରୀ ସଂଗଠନର ରାଜ୍ୟ ସଂଯୋଜକ ଶ୍ରୀ ଶେଷଦେବ ନନ୍ଦ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ