କୃଷକ ସ୍ୱାର୍ଥ ବିରୋଧୀ କଳା ଆଇନ ପ୍ରତ୍ୟାହାର ଦାବିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତଳିକା ଦାହ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ମୋଦି ସରକାରଙ୍କ ଦ୍ୱାରା ପାରିତ ତିନିଗୋଟି କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ଲକ୍ଷ ଲକ୍ଷ ଚାଷୀ ଏବେ ଦିଲ୍ଲୀ ରାଜରାସ୍ତାରେ ଦୀର୍ଘ ୭୦ ଦିନରୁ ଉର୍ଦ୍ଧ୍ୱ ହେବ ଦେଶର କୋଣ ଅନୁକୋଣରୁ ଆସିଥିବା ଚାଷୀମାନେ ଶୀତ କାକରରେ ପଡିରହି ଜୀବନରୁ ପାଣି ଛଡାଇ ନିଜର ହକ ପାଇଁ ଆନ୍ଦୋଳନ ଜାରି ରଖିଥିବା ବେଳେ ସେଥିରେ ସାମିଲ ହେବା ପାଇଁ ଉତ୍ତରପ୍ରଦେଶର ହଜାର ହଜାର ଚାଷୀ ଦିଲ୍ଲୀ ଅଭିମୁଖେ ପଟୁଆରରେ ଯାତ୍ରା କରୁଥିବା ବେଳେ ସେଠାକାର ଏକଛତ୍ରବାଦୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ ଲଗାଇ ଆକ୍ରମଣ କରି ଚାଷୀ ପଟୁଆରକୁ ବନ୍ଦ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି । ତାହାର ପ୍ରତିବାଦରେ କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡରେ କୃଷକ ହତ୍ୟାକାରୀ ନରେନ୍ଦ୍ର ମୋଦି ଓ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତଳିକା ଦାହ କରାଯାଇଛି । ଏହି ସମାବେଶରେ ନିଖିଳଉତ୍କଳ ଚାଷି ମୂଲିଆ ସଙ୍ଘ, ଓଡିଶା କୃଷକ ସଭା, ନବ ନିର୍ମାଣ କୃଷକ ସଂଗଠନ, ଅଖିଳ ଭାରତ କୃଷକ ସଭା, ଓଡିଶା କୃଷି ଓ ଗ୍ରାମ୍ୟ ଶ୍ରମିକ ସଙ୍ଘର କର୍ମକର୍ତ୍ତା ଫକିର ଚରଣ ଖଟୁଆ, ଗୟାଧର ଧଳ, ଉମେଶ ଚନ୍ଦ୍ର ସିଂହ, ଦାଶରଥୀ ସାହୁ, ବସନ୍ତ କୁମାର ସେଠୀ, ପ୍ରଶାନ୍ତ କୁମାର ସୁତାର, ରମଣୀରଞ୍ଜନ ରାଉତରାୟ, ରବୀନ୍ଦ୍ର ମହାପାତ୍ର, ହୃଷିକେଶ ନାୟକ, ମକର ଚରଣ ନାୟକ, ବିଧୁ ଭୂଷଣ ମହାପାତ୍ର, ଚିତ୍ତରଞ୍ଜନ ସାମଲ ପ୍ରମୁଖ କେନ୍ଦ୍ର ସରକାର ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ବିଷୋଦଗାର କରି ନାରାବାଜି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ