କୃଷି ଆଇନ ପ୍ରତ୍ଯାହାର ବିରୋଧରେ ୮ ତାରିଖ ଭାରତ ବନ୍ଦକୁ ମୟୂରଭଂଜ କଂଗ୍ରେସ, ସିପିଆଇ, ସିପିଆଇଏମର ସମର୍ଥନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):କେନ୍ଦ୍ର ସରକାରଙ୍କ କୃଷି କଳା ଆଇନ ବିରୋଧରେ ଆସନ୍ତା ୮ତାରିଖ ବନ୍ଦ ଡାକରାକୁ ମୟୂରଭଂଜ ଜିଲ୍ଲା କଂଗ୍ରେସ, ସିପିଆଇ ଏବଂ ସିପିଆଇଏମ ତରଫରୁ ସଂପୂର୍ଣ୍ଣ ସମର୍ଥନ କରାଯାଇଛି । କର୍ପୋରେଟଙ୍କ ସ୍ଵାର୍ଥରେ କୃଷକ ଓ କୃଷି ଉପରେ ମୋଦୀ ସରକାର କଳା ଆଇନ ଲାଗୁ କରିଛନ୍ତି । ଏହାକୁ ନିସର୍ତ୍ତ ପ୍ରତ୍ଯାହାର ପାଇଁ କୃଷକ ସଂଗଠନ ଦାବି କରିଛନ୍ତି । ମୟୂରଭଂଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ, ସିପିଆଇର ବରିଷ୍ଠ ନେତା ଜଗବନ୍ଧୁ ମିଶ୍ର,ଏବଂ ସିପିଆଇଏମର ବରିଷ୍ଠ ନେତା ରବି ଗୋସ୍ଵାମୀ ପ୍ରମୁଖ ପ୍ରେସ ବିବୃତି ମାଧ୍ୟମରେ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ