ଜନଗଣନାରେ ସାରନା ଧର୍ମ କୋଡ ଦାବିରେ ଆଦିବାସୀ ସେଙ୍ଗେଲ ଅଭିଯାନ ପକ୍ଷରୁ ବିଭିନ୍ନ ସ୍ଥାନରେ ଧର୍ମଘଟ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ଆଦିବାସୀମାନେ ପ୍ରକୃତି ପୂଜକ ।ସେମାନଙ୍କର ସ୍ବତନ୍ତ୍ର ରୀତି,ନୀତି,ପରଂପରା,ସାଂସ୍କୃତିକ, ସାମାଜିକ ବିକାଶ ଓ ରକ୍ଷା ପାଇଁ ତଦସହ ସମ୍ବିଧାନରେ ସାରନା ଧର୍ମକୁ ସ୍ଥାନିତ ପାଇଁ ସଂଗଠନ ପକ୍ଷରୁ ଦୃଢ଼ ଦାବି । ତେଣୁ ସେମାନଙ୍କର ସ୍ବତନ୍ତ୍ର ଧର୍ମ କୋଡ ନେଇ ଦାବି କରି ଆସୁଛନ୍ତି । ମୟୂରଭଂଜ ଜିଲ୍ଲାର ପୂର୍ବତନ ସାଂସଦ ତଥା ଅଲ ଇଣ୍ଡିଆ ଆଦିବାସୀ ସେଙ୍ଗେଲ ଅଭିଯାନ ଜାତୀୟ ଅଧ୍ଯକ୍ଷ ସାଲଖାନମୁର୍ମୁଙ୍କ ଆହ୍ବାନରେ ଆଗାମୀ ଜନଗଣନାରେ ସାରନା ଧର୍ମ ସ୍ଥାନିତ ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଦଳର ନିଷ୍ପତ୍ତି ଅନୁସାରେ ସଂଗଠନର ଜିଲ୍ଲା ସଭାପତି ରାଇରଙ୍ଗପୁରରେ ଶାଙ୍ଖାଇ ବାସ୍କେ,ଚନ୍ଦନ ସୋରେନ, ମାଲହ ମାର୍ଣ୍ଡୀ,ବାଢେ ଟୁଡୁ,ସିଦ୍ଧେଶ୍ବର ମୁର୍ମୁ ବିଶୋଇ ଜାତୀୟ ରାଜପଥରେ ସଭାପତି ଭାଗବତ ମୁର୍ମୁ, ସଂପାଦକ ଯୋଗେନ୍ଦ୍ର କିସ୍କୁ,ମାଝୀ ମହଲର ସଂଯୋଜକ ସୁରାଇ ହାଁସଦା, କରଂଜିଆରେ ସଭାପତି ବଳରାମ ଟୁଡୁ,ଉପସଭାପତି ପୀଥ ମାଝୀ,ସଂପାଦକ ସାଂଖାଇ ହେମ୍ବ୍ରମ,ସେହିଭଳି ଯଶିପୁରରେ ସଭାପତି ମେଘରାୟ ହେମ୍ରମ ପ୍ରମୁଖ ଶାନ୍ତିପୂର୍ଣ ଭାଵେ ଆନ୍ଦୋଳନ କରିଥିଲେ ।


