କେନାଲ ପାଣିରେ ଆନ୍ଧ୍ର ଚାଷୀ ବର୍ଷସାରା ଫସଲ ଆଦାୟ ଦ୍ୱାରା ମାଲାମାଲ, ଓଡ଼ିଶାର ରାଜସ୍ୱ କ୍ଷତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଓଡ଼ିଶାର କେନାଲ ଓ ଚେକ ଡ୍ୟାମର ପାଣିକୁ ନେଉଛି ଆନ୍ଧ୍ର ପ୍ରଦେଶ. ଏହାଦ୍ୱାରା ଆନ୍ଧ୍ରର ଚାଷ ଜମି ସୁଜଳା ସୁଫଳା ହୋଇ ବର୍ଷସାରା ବିଭିନ୍ନ ଫସଲ ଉତ୍ପାଦିତ ହୋଇ ଆନ୍ଧ୍ର ଚାଷୀମାନେ ମାଲାମାଲ ହେଉଛନ୍ତି. ଏଥିସହ ଓଡ଼ିଶାର ଜଳକୁ ବ୍ୟବହାର କରି ଆନ୍ଧ୍ର ଦେଉନି ଟିକସ. ଯଦ୍ୱାରା ଓଡ଼ିଶାର ରାଜସ୍ୱ କ୍ଷତି ହେଉଛି. କାଶୀନଗର ବ୍ଲକରେ ଜଳ ସେଚନ ବ୍ୟବସ୍ଥାକୁ ଫେଖିଲେ ଯେ କୌଣସି ବ୍ୟକ୍ତି ହେଲେ କହିବେ ନଦୀର ପାଣି ନଦୀରେ ଯାଉ ପିତୃ ଲୋକ ସନ୍ତୁଷ୍ଟ ହେଉ ନୀତିରେ ଚାଲିଛି |କାଶୀନଗର ବ୍ଲକ ରାୟଗଡା ଜିଲ୍ଲା ସୀମାରେ ରହିଛି, | ବଂଶଧରା ନଦୀ ଗଜପତି ଜିଲାରେ 30 କିମି ବୋହୁଛି | ଏଠାରେ ଓଡିଶା ସରକାରଙ୍କ ତରଫରୁ ଚାରିଗୋଟି ମେଗାଲିଫ୍ଟ ସ୍ଥାପିତ ହୋଇଛି, ହାତ ଗଣତି କେତୋଟି ଲିଫ୍ଟ ବର୍ତ୍ତମାନ କାର୍ଯ୍ୟକାରୀ ହେଉଛି | ଯାହାକି ସମୁଦ୍ରକୁ ଶଙ୍ଖେ ପାଣି | ଏତଦ ବ୍ୟତୀତ ପୁଲିଗୁମି ନାଳ, ମଙ୍ଗଳା ନାଳ, ବାତିପୋଇ ନାଳ, ଜିରୋ ଡ୍ୟାମ, ବଳଦା ନାଳ ଯାହାକି ଗଜପତିର ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ଅଂଚଳରୁ ଆସୁଛି, ବୈଝାଲ ନାଳ, ଗୁମ୍ମା ନାଳ, ଏସବୁ ଚିରସ୍ରୋତା ନାଳ ରହିଥିଲେ ମଧ୍ୟ୍ୟ ଅନେକ ଚାଷୀ ବର୍ଷାଧାର ଉପରେ ନିଜର ଚାଷ କାର୍ଯ୍ୟ କରନ୍ତି | କୃଷ୍ଣ ସାଗର, ସାରା ପାଖରେ ବଡ଼ ବନ୍ଧ ଓ ଛୋଟ ଛୋଟ ପୋଖରୀ ରହିଛି, ଅନେକ ଚେକ ଡ୍ୟାମ ଜରିଆରେ, ଓ ନାଳ ଗୁଡିକ ଆନ୍ଧ୍ରପ୍ରଦେଶର କଡୁମୁ, ବଳଦା, ମହାଦେଇ ପୁର, ଖୁରୀଗାଁ, ଡ଼ିମିଲି ଅଂଚଳରେ ରହିଥିବା 2 ହାଜର ହେକ୍ଟର ଜମି ଜଳ ସେଚିତ ହୋଇ ବଳକା ପାଣି ନଦୀରେ ମିଶୁଛି | ସେପଟ ଆନ୍ଧ୍ର ଗୋଟା ବେରେଜ ଓ କାତ୍ରଗଡା ଠାରେ ଦୁଇଟି ଜଳ ସେଚନ ପ୍ରକଳ୍ପ କରି ତାଙ୍କ ଚାଷୀକୁ ଜଳ ଯୋଗାଉଥିବା ବେଳେ ଓଡିଶା ସରକାର ଏହାର ସ୍ଥାୟୀ ସମାଧାନ କରୁନାହାନ୍ତି | ଯାହାଫଳରେ କାଶୀନଗର ଚାଷୀ ଗୋଟିଏ ଧାନ ଫସଲ କରି ଚୁପ ହୋଇ ବସୁଛନ୍ତି | ଏଣୁ ଓଡିଶା ସରକାର ଗୋଟିଏ ବୃହତ ଜଳ ସେଚନ ପ୍ରକଳ୍ପ କଲେ ଗଜପତି ଜିଲ୍ଲାର ସାରା, ପାଲସିଙ୍ଗି, ଖଣ୍ଡାବା, ଅଲଡା, ଶିଆଳି, ଗରିବନ୍ଧା ଦେଇ କାଶୀନଗର ଠାରୁ ଖାରଡ଼ା ପର୍ଯ୍ୟନ୍ତ ଜଳ ସେଚନ କେନାଲ ମାଧ୍ୟମରେ ସୁବିଧାରେ ଜଳସେଚିତ ହୋଇପାରିବ. ରାଜ୍ୟ ସରକାର ଚଳିତ ପାଞ୍ଚ ବର୍ଷରେ ଏହା କାର୍ଯ୍ୟକାରୀ କଲେ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ଚାଷୀ ରାମ ପ୍ରସାଦ ପଟନାୟକ, ରୋକମ ରାମ ପ୍ରସାଦ, ରୋକମ ସତୀଶ, ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଗଜପତି ଜିଲ୍ଲାର କାଶୀନଗର ବ୍ଲକର ଶିଆଳି ପଞ୍ଚାୟତରେ ଥିବା ପାଲମାନଗୁଡା ଗ୍ରାମଟି ଆନ୍ଧ୍ରକୁ ଲାଗି ରହିଛି. ସେଠାରେ ଡେଗଲା ରାଇଡୁ (ନୀଳନାଳ ) ନାମରେ ଏକ ଜଳସେଚନ ପ୍ରକଳ୍ପ ରହିଛି. ଏହାର ଚେକ ଡ୍ୟାମ ଓ କେନାଲ ଆନ୍ଧ୍ର ପ୍ରଦେଶ ସୀମା ନିକଟ ଦେଇ ରହି ଥିବାରୁ ଆନ୍ଧ୍ରର ଚାଷୀ ଏହି କେନାଲ ପାଣିରେ 1 ହଜାରରୁ ଉର୍ଦ୍ଧ ଚାଷ ଜମିରେ ବର୍ଷସାରା ବିଭିନ୍ନ ଚାଷ କରି ମାଲାମାଲ ହେଉଛନ୍ତି. ଓଡ଼ିଶାର ପାଣି ବ୍ୟବହାରରେ ଓଡ଼ିଶାକୁ ଆନ୍ଧ୍ର ଚାଷୀ କୌଣସି ଟିକସ ନ ଦେବା ଯୋଗୁଁ ଓଡ଼ିଶାର ରାଜସ୍ୱ କ୍ଷତି ହେଉଛି. ଗଜପତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି ଜଣାଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ