ଶ୍ରାବଣରେ ବି ଚାଷ ଜମି ଫାଟି ଆଁ ହୋଇ ରହିଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କେନାଲ ସଫେଇ ହୋଇ ନଥିବାରୁ ଜମି ଜଳସେଚିତ ହୋଇ ପାରୁନଥିବା ଅଭିଯୋଗ କରି ବାଘଶାଳା ପଞ୍ଚାୟତର ଚାଷୀମାନେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି |ଖରିଫ ଋତୁରେ ଚାଷୀ ନିଜ ଜମିରେ ଧାନ ଚାଷ ପାଇଁ ସଜବାଜ ହେଉଥିବା ବେଳେ କେନାଲରେ ପାଣି ନ ଆସିବାରୁ ଚାଷ କାମ ତ୍ବରାନ୍ବିତ ହୋଇପାରୁନାହିଁ। କେନାଲ ସଫା ନ ହେବା ଦ୍ବାରା ଚାଷ ଜମିକୁ ଠିକ୍ ଭାବେ ପାଣି ଆସୁନି। ଯ’ଦ୍ବାରା ଧାନ ତଳିଘରା ପୋଡ଼ିଯାଉଛି। ୧୦ ଦିନ ତଳେ ଏ ସମ୍ପର୍କରେ କ୍ଷୁଦ୍ର ଜଳସେଚନ ବିଭାଗକୁ ଅବଗତ କରାଯାଇଥିଲା | ହେଲେ, ଆଜି ସୁଦ୍ଧା ଚାଷୀଙ୍କ ସମସ୍ୟାର ସମାଧାନ ନ ହେବାରୁ ଚାଷୀମାନେ ବାଧ୍ୟ ହୋଇ କ୍ଷୁଦ୍ର ଜଳସେଚନ ବିଭାଗର ଦ୍ବାରସ୍ଥ ହୋଇଥିଲେ । ତେବେ, ବିଭାଗର ଯନ୍ତ୍ରୀ ନିଜ କାର୍ଯ୍ୟରୁ ଅବସର ନେଇ ସାରିଥିବାରୁ କାର୍ଯ୍ୟାଳୟରେ ଚାଷୀଙ୍କୁ କେହି ହେଲେ ଉତ୍ତର ଦେଇ ପାରିନଥିଲେ। ଫଳରେ, ବାଧ୍ୟ ହୋଇ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ସେଠାରେ ଦୁଇଘଣ୍ଟା ଅପେକ୍ଷା କରି କାହାକୁ ହେଲେ ଭେଟି ନପାରି ନିରାଶ ହୋଇ ଫେରିଥିବା ଜଣାପଡ଼ିଛି । ଜିଲ୍ଲାର ସମସ୍ତ କେନାଲ ମରାମତି ଓ ସଫେଇ ପାଇଁ ରାଜ୍ୟ ସରକାର ଅନୁଦାନ ପ୍ରଦାନ କରାଯାଉଛି। ନୂତନ ସରକାର ଆସିବା ପରେ ମଧ୍ୟ ଏହି ଅର୍ଥକୁ ବର୍ତ୍ତମାନ ସୁଦ୍ଧା ଦିଆଯାଇନାହିଁ । ଫଳରେ, ବାଘଶାଳାର ହାଇ ଲେବଲ, ଲୋ ଲେବଲ ଓ ସବ୍‌ କେନାଲ ସଫେଇ ହୋଇ ପାରିନଥିବା ଜଣାପଡ଼ିଛି । ତୁରନ୍ତ ପଦକ୍ଷେପ ଗ୍ରହଣ କରି ଜିଲ୍ଲାପାଳ ଚାଷୀମାନଙ୍କ ପାଇଁ କେନାଲ ସଫେଇ ଓ ମରାମତି କରିବା ସହ ଚାଷ ଜମିକୁ ପାଣି ଯୋଗାଇବାରେ ସାହାର୍ଯ୍ୟ କରନ୍ତୁ ବୋଲି ନିବେଦନ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ