କେନାଲ ରୁ ଭାସମାନ ପଥର ଉଦ୍ଧାର ପରେ ବଳରାମଗାଦୀ ପୀଠରେ ପୂଜାର୍ଚନା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ଅଞ୍ଚଳ ଦେଇ ପ୍ରଭାହିତ ହେଉଥିବା ମୁଖ୍ୟ କେନାଲ ରୁ ଏକ ଭାସମାନ ପଥର କୁ ଜଣେ ମଇଁଷି ଚରାଳୀ ଉଦ୍ଧାର କରିବା ପରେ ତାକୁ ଐତିହାସିକ ବଳରାମ ପୀଠ ଗାଦୀ ଠାରେ ରଖାଯାଇ ପୂଜା କରାଯାଉଛି । ଏହି ପଥର କୁ ଦେଖିବାକୁ ଆଉ ପୂଜା କରିବାକୁ ଏବେ ଗାଦୀ ଠାରେ ଭକ୍ତ ଙ୍କ ଭିଡ଼ ଜମୁଛି। ଗୋପ ଅଞ୍ଚଳ ର ସଞ୍ଜୟ କୁମାର ବେହେରା ନାମକ ଜଣେ ଗୋପାଳ ସବୁଦିନ ନିଜ ମଇଁଷି ମାନଙ୍କୁ ଚରାଇ ସାରି କେନାଲ ରେ ସ୍ନାନ କରାଇ ଘରକୁ ଫେରିଥାନ୍ତି। ଗତ ଶୁକ୍ରବାର ମାଧ୍ୟାହ୍ନରେ ଗୋପ ତହସିଲ ନିକଟସ୍ଥ କେନାଲ ରେ ନିଜ ମଇଁଷି ମାନଙ୍କୁ ଗାଧେଇବା ସମୟରେ ଏକ ଧଳା ଓ ଅଳ୍ପ ଧୂସର ରଙ୍ଗ ମିଶା ପଥର ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ । ତତକ୍ଷଣାତ୍ ଉକ୍ତ ଭାସମାନ ପଥର କୁ ପାଣି ରୁ ଉଠାଇଥିଲେ ଆଉ ଆଖପାଖ ରେ ଥିବା ଲୋକଙ୍କୁ ଦେଖାଇଥିଲେ । ଅନ୍ୟମାନେ ଆଗ୍ରହ ସହିତ ପଥର କୁ ଦେଖିଥିଲେ ତାପରେ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଉକ୍ତ ପଥର କୁ ପୁନଃ କେନାଲ ମଧ୍ୟକୁ ଫୋପାଡ଼ିଥିଲା ଅଥଚ ପଥର ଟି ବୁଡିବା ପରିବର୍ତ୍ତେ ପାଣି ରେ ଭାସିଥିଲା । କିଛି ଲୋକଙ୍କ ଉପଦେଶରେ ସେ ପଥର ଟିକୁ ନିକଟସ୍ଥ ଭକ୍ତ ବଳରାମ ଦାସ ଙ୍କ ପୀଠ କୁ ନେଇଥିଲେ ।ଉକ୍ତ ପୀଠରେ ପଥର ଟି କୁ ରଖି ପୂଜାର୍ଚନା କରା ଯାଉଛି। ପଥର ଟି ସତ୍ୟଯୁଗ ସମୟ ରେ ପ୍ରଭୁ ଶ୍ରୀ ରାମ ଙ୍କ ଦ୍ଵାରା ନିର୍ମିତ ସେତୁ ବନ୍ଧ ର ପଥର ବୋଲି ଲୋକମାନେ ବିଶ୍ବାସ କରି ଆଗ୍ରହ ରେ ପୂଜା କରୁଛନ୍ତି। କିଛି ଦିନ ପୂର୍ବେ ନିମାପଡ଼ା ବ୍ଲକ ସାନହୁଲି ଗ୍ରାମ ର ଜଣେ ମତ୍ସ୍ୟଜୀବୀ ଏପରି ଏକ ଭାସମାନ ପଥର ପାଇଥିଲେ। ଯାହା ଏବେ କଣିହାଁ ମହାବୀର ମନ୍ଦିର ରେ ପୂଜା ପାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ