କେନ୍ଦୁଝର ମାଇନିଂରୋଡ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ ) : କେନ୍ଦୁଝର ସହରର ମାଇନିଂରୋଡସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟା ସୁଜାତା କୁଅଁର,ପୁରାତନ ଶିକ୍ଷକ ତିଳକ କୁମାର ଲାୟକ,ରମାକାନ୍ତ ମଲ୍ଲିକ,ଶାନ୍ତନୁ କୁମାର ପାତ୍ର,ଶୁଭଲକ୍ଷ୍ମୀ ରାୟ,ଅନିଲ କୁମାର ଷେଣ୍ଢ,ଲୋକନାଥ ମହାନ୍ତ,ପ୍ରଶାନ୍ତ କୁମାର ବାରିକ,ପଞ୍ଚାନନ ବାରିକ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କର ଏପରି ଏକ ସାମାଜିକ ସଂପର୍କର ସେତୁବନ୍ଧ ନିର୍ମାଣ କୌଶଳକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ କରିବା ପାଇଁ ମାର୍ଗଦର୍ଶନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାଗତ,ପ୍ରଶାନ୍ତ,ଆଶିଷ,ଜ୍ୟୋତିପ୍ରକାଶ,ସୋମନାଥ,ଦୁଃଶାସନ,ବିଶ୍ୱଜିତ,ଅଭିଷେକ,ମାଳବିକା,ପ୍ରଜ୍ଞାପରମିତା,ହେନାମୀ, ,ସୋନାଲ,ଆୟୁଷ,ଅଂଶୁମାନ,ବିଶ୍ୱନାଥ,ରୂପାଲୀ,ଝାଡେଶ୍ୱର,ସ୍ମୃତିରେଖା,ଲକ୍ଷ୍ମୀନାରାୟଣ,ତନ୍ମୟୀ, ଚନ୍ଦ୍ରିକା,ଲକ୍ଷ୍ମୀପ୍ରିୟା,ସୌରଭ,ସୌମ୍ୟ ପ୍ରମୁଖ ପୁରାତନ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ନିଜର ଅନୁଭୁତି ସଂପର୍କରେ ବଖାଣିଥିଲେ । ଶେଷରେ ପୁରାତନ ଛାତ୍ର ସ୍ୱାଗତ କୁମାର ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


