୫୦ ଦିନରେ ୧୨୫ ରାଲି କରିବେ ମୋଦି !

ଭାରତୀୟ ଜନତା ପାର୍ଟିର ପାଇଁ ୫୦ ଦିନରେ ୧୨୫ ରାଲି କରିବେ ଶ୍ରୀଯୁକ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ପର୍ଯ୍ୟାୟରେ ବିଜେପି ରାଷ୍ଟ୍ରିୟ ଅଧକ୍ଷ ଅମିତ ଶାହା ନିର୍ବାଚନ ପ୍ରଚାର କରିବେ ମେ ଦ୍ୱତୀୟ ସପ୍ତାହ ପର୍ଯ୍ୟନ୍ତ । ମାର୍ଚ୍ଚ ୨୯ ତାରିଖ ଠାରୁ ଓଡିଶାରେ ନିର୍ବାଚନୀ ପ୍ରଚାର ପ୍ରସାର ଆରମ୍ଭ କରିବେ ନରେନ୍ଦ୍ର ମୋଦି । ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଗୁଡିକ ଆରମ୍ଭ କରିଦେଲେଣୀ ପ୍ରଚାର ଓ ପ୍ରସାର । ନରେନ୍ଦ୍ର ମୋଦି ଓ ଅମିତ ଶାହା ୧୨୫ ରୁ ୧୫୦ ରାଲିକୁ ସମ୍ବୋଧିତ କରିବେ । ଗୁରୁବାର ଦିନ ଠାରୁ ଉତ୍ତର ପ୍ରଦେଶ ମିରଟ ଠାରୁ ନିର୍ବାଚନୀ ପ୍ରଚାର ର ମଙ୍ଗ ଧରିବେ ମୋଦି । ମିରଟ ପରେ ମୋଦି ଜମ୍ମୁରେ ବି ପ୍ରଚାର କରିବେ । ମାର୍ଚ୍ଚ ୨୯ ଓ ଏପ୍ରିଲ ୩୦ ରେ ଓଡିଶାରେ ନିର୍ବାଚନ ପ୍ରଚାର କରିବେ । ଠିକ୍ ସେହିପରି ମାର୍ଚ୍ଚ ୩୦ ଓ ୩ ରେ ପଶ୍ଚିମବଙ୍ଗ ଓ ଆସାମର ନିର୍ବାଚନି ସଭାରେ ପ୍ରଚାର କରିବେ । ବିଜେପିର ଉତ୍ତରପ୍ରଦେଶ ଓ ବିହାର ପଶ୍ଚିମବଙ୍ଗ ରହିବ ବୋଲି ଚର୍ଚ୍ଚା ହେଉଛି । ଏହି ତିନି ରାଜ୍ୟରେ ୧୬୨ ଟି ଲୋକସଭା ଆସନ ରହିଛି । ବିଗତ ନିର୍ବାଚନ ଓ ୨୦୧୩ ମସିହାରେ ମୋଦି ପ୍ରଧାନମନ୍ତ୍ରୀ ଘୋଷଣା ହେବା ପରେ ମୋଦି ସରକାର ୪୨୫ ଟି ରାଲି କରିଥିଲେ । ଠିକୁ ସେହି ଭଳି ଫର୍ମୁଲା ପକାଇବାକୁ ପ୍ର୍ରୟାସ ଜାରୀ ରଖିଛି ବିଜେପି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ