କେନ୍ଦ୍ରାପଡା କିଷାନ କଂଗ୍ରେସର କିଷାନ ବିଜୟ ଦିବସ ପାଳନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ୩ଟି କଳା କୃଷି ଆଇନକୁ ପ୍ରତ୍ୟାହାର କରିନେବା ପରେ କେନ୍ଦ୍ରାପଡା କିଷାନ କଂଗ୍ରେସ ପକ୍ଷରୁ କିଷାନ ବିଜୟ ଦିବସ ପାଳିତ ହୋଇଯାଇଛି । ୩ଟି କଳା କୃଷି ଆଇନର ପ୍ରତ୍ୟାହାର ପରେ ଦୀର୍ଘ ଏକବର୍ଷ ଧରି ଦେଶରେ ଚାଲିଥିବା କୃଷକ ଆନ୍ଦୋଳନର ଏହା ଐତିହାସିକ ବିଜୟ ବୋଲି କିଷାନ କଂଗ୍ରେସ କହିଛି । ଏହି ଆନ୍ଦୋଳନରେ ଗତ ଏକବର୍ଷ ମଧ୍ୟରେ ୭ଶହରୁ ଅଧିକ କୃଷକ ମୃତ୍ୟୁ ବରଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତୀୟ ଜାତୀୟ କଂଗ୍ରେସ ନଭେମ୍ବର ୨୦କୁ କିଷାନ ବିଜୟ ଦିବସ ଭାବେ ପାଳନ କରିଛି । ଏହି ଅବସରରେ ଶନିବାର କେନ୍ଦ୍ରାପଡା ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ସହରର ପୁରୁଣା ବସଷ୍ଟାଣ୍ଡରେ କିଷାନ ବିଜୟ ଦିବସ ପାଳନ କରାଯିବା ସହିତ ସହୀଦ କୃଷକମାନଙ୍କ ଉଦେଶ୍ୟରେ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା କିଷାନ କଂଗ୍ରେସ ସଭାପତି ନାରାୟଣ ଚନ୍ଦ୍ର ପରିଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ ଦାସ, ମହମ୍ମଦ ଆକବର ଅଲ୍ଲୀ, ମୁକ୍ତାର ଖାଁ, ସଞ୍ଜୟ ରାଉତ, କମଳାକାନ୍ତ ବେହେରା, ଅନନ୍ତ ସ୍ୱାଇଁ, ରଞ୍ଜନ ପରିଜା, ଅଜୟ ମଳିକ, କୃଷ୍ଣ ଚନ୍ଦ୍ର ସେଠୀ, ଗଣେଶ ମେକାପ, ସନ୍ତୋଷ ବେହେରା, ପ୍ରତାପ ବିଶ୍ୱାଳ, ଯଶ୍ମିନ ପରୱିନ, ସେକ ଆଜମତୁଲ୍ଲା, ସେକ ଗୋରା, ସେକ ସଲ୍ଲାଉଦ୍ଦିନ, ବିଶ୍ୱନାଥ ପରିଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ