ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକପତ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଗାନ୍ଧୀ ବିଚାର ମଞ୍ଚ ପକ୍ଷରୁ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଠାରୁ ପଦ୍ମଶ୍ରୀ ଉପାଧୀ ପ୍ରତ୍ୟାହାର ଦାବି କରାଯାଇ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଭାରତ ସରକାରଙ୍କ ଦ୍ୱାରା ସମ୍ମାନ ଜନକ ପଦ୍ମଶ୍ରୀ ଉପାଧୀ ପ୍ରାପ୍ତ ହେବା ପରେ ଦେଶର ସ୍ୱାଧୀନତା, ସ୍ୱାଧୀନତା ସଂଗ୍ରାମୀ ତଥା ରାଷ୍ଟ୍ରପିତା ମହାତ୍ମା ଗାନ୍ଧିଙ୍କ ପ୍ରତି ଅତ୍ୟନ୍ତ ଅରୁଚିକର ଓ ଅପମାନ ଜନକ ମନ୍ତବ୍ୟ ଦେଇଚାଲିଥିବା ପରିପ୍ରେକ୍ଷୀରେ ଗାନ୍ଧି ବିଚାର ମଞ୍ଚ ପକ୍ଷରୁ ଏଭଳି ଦାବି କରାଯାଇଛି । ଏହା ଦେଶର ଗୈାରବମୟ ସ୍ୱାଧୀନତା ସଂଗ୍ରାମ ଏବଂ ଦେଶର ବରପୁତ୍ର ମାନଙ୍କ ପ୍ରତି ବିଦ୍ରୁପ ସଦୃଶ । ଏପରି ମନ୍ତବ୍ୟକୁ ଦୃଢ ନିନ୍ଦା କରାଯିବା ସହିତ କଙ୍ଗନା ରଣାୱତଙ୍କ ଠାରୁ ପଦ୍ମଶ୍ରୀ ଉପାଧୀ ପ୍ରତ୍ୟାହାର, ତାଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯିବା ଏବଂ ଭବିଷ୍ୟତରେ ସରକାର ଉପାଧୀ ପ୍ରଦାନ ସମୟରେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ଚରିତ୍ର ଓ ପୃଷ୍ଟଭୂମ ପ୍ରତି ସତର୍କତା ଅବଲମ୍ବନ କରିବାକୁ ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣାଙ୍କୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଆଦିକନ୍ଦ ରାଉଳ, ମେଜର ଭରତ ଚନ୍ଦ୍ର ଜେନା, ଅଧ୍ୟାପକ ଅଜୟ ସାମଲ, ଗାନ୍ଧୀ ପଦଯାତ୍ରା କମିଟି ସଭାପତି ଭଜକୃଷ୍ଣ ରାଉତ, କିଶୋର ନ୍ୟାୟ ପରିଷଦ ସଭ୍ୟ ରବୀନ୍ଦ୍ର ପ୍ରସାଦ ଜେନା, ଭାଗିରଥୀ ଜେନା, ଅମର ପ୍ରସାଦ ରାଉତ, ଗୋଲଖ ସେଠୀ, ଅମୀୟ ନାୟକ, ଡଃ. ବାସୁଦେବ ଦାସ ପ୍ରମୁଖ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ