କେନ୍ଦ୍ରାପଡା ଟାଉନ କଂଗ୍ରେସର କର୍ମୀ ସମ୍ମିଳନୀ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ନଗର କଂଗ୍ରେସର ଏକ କର୍ମୀ ସମ୍ମିଳନୀ ନଗର କଂଗ୍ରେସ ସଭାପତି ସୈାମେନ୍ଦ୍ର କୁମାର ପୃଷ୍ଟିଙ୍କ ସଭାପତିତ୍ୱରେ ମାଧପୁରସ୍ଥିତ ଅମରଉଦ୍ୟାନରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଯୋଗଦେଇ କେନ୍ଦ୍ରାପଡା ପ୍ରତି ହେଉଥିବା କ୍ରମାଗତ ଅବିଚାରରେ ଉଦବେଗ ପ୍ରକାଶ କରିବା ସହ ନିରବଛିନ୍ନ ଆନ୍ଦୋଳନ ଜରିଆରେ ତା’ର ଜବାବ ଦେବାକୁ ଆହ୍ୱାନ ଦେଇଥିଲେ । ସର୍ବସମ୍ମତିକ୍ରମେ ଗୃହିତ ପ୍ରସ୍ତାବ ଗୁଡିକ ମଧ୍ୟରେ ରାଜ୍ୟ ସରକାରଙ୍କ ଗତ ୨୦୧୧ ପୈାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ନବୀନବାବୁଙ୍କ ଏହି ଆହ୍ୱାନ କେନ୍ଦ୍ରାପଡା ହବ ନମ୍ବ ର ୱାନ ପାଣିରେ ଗାର ସଦୃଶ । ସୁତରାଂ ଅବହେଳା, ଅପଶାସନ ଓ ଦୁର୍ନିତିକୁ ପ୍ରସଙ୍ଗ କରି ଲୋକଙ୍କ ପାଖକୁ କଂଗ୍ରେସ ଯିବାକୁ ସିଦ୍ଧାନ୍ତ ଘୋଷଣା କରିଛି । କେନ୍ଦ୍ରାପଡାରେ ଏକ ମେଡିକାଲ କଲେଜ ସ୍ଥାପନା ପାଇଁ ଜୋରଦାର ଆନ୍ଦୋଳନ କରିବାର ସଙ୍କଳ୍ପ ଘୋଷଣା କରିଛି କଂଗ୍ରେସ ଓ କେନ୍ଦ୍ରାପଡାର ପ୍ରତିନିଧିମାନଙ୍କ ମେଡିକାଲ କଲେଜ ପ୍ରତିଷ୍ଠା କ୍ଷେତ୍ରରେ ନିରବତା ଓ ଉଦାସୀନତାକୁ ଘୋର ନିନ୍ଦା କରିଛି କଂଗ୍ରେସ । ଶାସକଦଳର ନେତା, ପ୍ରତିନିଧି କେନ୍ଦ୍ରାପଡାରେ ଦୈବଦୁର୍ବିପାକ ସମୟରେ ଉଭାନ ହୋଇ ଏବେ ନିର୍ବାଚନୀ ଫାଇଦା ଲକ୍ଷ୍ୟରେ ସଚେତନ ହେବାର ବାହାନା କରିବା କେନ୍ଦ୍ରାପଡାବାସୀଙ୍କ ପ୍ରତି ଉପହାସ ବୋଲି କଂଗ୍ରେସ ବିଚାର କରୁଛି ଓ ସଚେତନ ପୈାରବାସୀ ଏହାର ଠିକଣା ଜବାବ ଆଗାମୀ ପୈାର ନିର୍ବାଚନରେ ଦେବେ ବୋଲି କଂଗ୍ରେସ ବିଶ୍ୱାସ ରଖିଛି । କର୍ମୀ ସମ୍ମିଳନୀର ଆରମ୍ଭରେ ମୋଦି ସରକାରଙ୍କ ଦ୍ୱାରା ୩ଟି କୃଷକ ବିରୋଧୀ କଳା ଆଇନ ପ୍ରତ୍ୟାହାର ଆନ୍ଦୋଳନରେ ପ୍ରାଣ ହରାଇଥିବା ୬୦ରୁ ଉର୍ଦ୍ଧ୍ୱ ଚାଷୀମାନଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରାୟ ୩ଶହରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ଏହି ସମ୍ମିଳନୀରେ ଯୋଗଦେଇଥିଲେ । ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା ପୈାରନିର୍ବାଚନରେ କଂଗ୍ରେସକୁ ବିଜୟୀକରି ବିଧାନସଭା ପରାଜୟର ପ୍ରତିଶୋଧ ନେବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କାଉନସିଲର ହିବଜୁର ରହେମାନ, ମହମ୍ମଦ ଆକବର ଅଲ୍ଲୀ, ଶରତ ବେହୁରା, ମୁକ୍ତାର ଖାଁ, ଧରଣୀଧର ସୁଆର, ଧ୍ରୁବ ଚରଣ ଜେନା, ସମ୍ବିତ ଶ୍ରୀଚନ୍ଦନ, ଆଶିଷ ମେକାପ, ଗୋପାଳ କୃଷ୍ଣ ଜେନା, ସିଦ୍ଧାର୍ଥ ଜେନା, ରାଜେଶ ମହାନ୍ତି, ନାରାୟଣ ପଣ୍ଡା, ପ୍ରଫୁଲ୍ଲ କୁମାର ଦାସ, ବିଭୂତିଭୂଷଣ କର, ରଶ୍ମିରଞ୍ଜନ ଦାସ, କମଳାକାନ୍ତ ବେହେରା, ଅମ୍ରିତ ମହାପାତ୍ର, ସେକ ସମସେର, ପ୍ରଫୁଲ୍ଲ ଚନ୍ଦ୍ର ସାହୁ(କ), ପ୍ରଫୁଲ୍ଲ ଚନ୍ଦ୍ର ସାହୁ(ଖ), ଜଗଦିଶ ସିଂହ, ମୁକ୍ତାର ଅଲ୍ଲୀ ଖାନ, ରମେଶ ଚନ୍ଦ୍ର ଦାସ, ରଘୁନାଥ ପାଣି, ଉମାଶଙ୍କର ଜେନା, ପୀର ମହମ୍ମଦ, ଉମେଶ ପାଢୀ, ଫକିର ସେନାପତି, ମୀର ମୁର୍ଶିଦ, ଗଣେଶ ମେକାପ, ଭାଗବତ ଦାସ, ରବି ବେହେରା, ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ସୟଦ ଅବଦୁଲ ସତ୍ତାର, ତାରାକାନ୍ତ କର, ନିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଓ ଆଲୋଚନାରେ ଭାଗନେଇ ଉଭୟ ବିଜେପି ଓ ବିଜେଡିର ଅପକର୍ମ ବିରୋଧରେ ଲଢେଇ କରିବାକୁ ଆହ୍ୱାନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ