କେନ୍ଦ୍ରାପଡା ପୈାରସଂସ୍ଥା ଅଧ୍ୟକ୍ଷ ଓ କାଉନସିଲର ପଦ ପାଇଁ ଦାଖଲ ସମସ୍ତ ପ୍ରାର୍ଥୀପତ୍ର କାଏମ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ପୈାର ନିର୍ବାଚନ ପାଇଁ ଅଧ୍ୟକ୍ଷ ଓ କାଉନସିଲର ପଦ ନିମନ୍ତେ ଦାଖଲ କରାଯାଇଥିବା ପ୍ରାର୍ଥୀପତ୍ର ଗୁଡିକ ନିର୍ବାଚନ ଅଧିକାରୀ ନିରଞ୍ଜନ ବେହେରାଙ୍କ ଦ୍ୱାରା ଆଜି ଯାଞ୍ଚ କରାଯାଇଥିଲା । ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ ପରେ ପୈାରସଂସ୍ଥାର ଅଧ୍ୟକ୍ଷ ପଦ ଓ ପୈାରସଂସ୍ଥାର ୨୧ଟି ୱାର୍ଡ ନିମନ୍ତେ ଦାଖଲ କରାଯାଇଥିବା କାଉନସିଲର ପଦରେ ସମସ୍ତ ପ୍ରାର୍ଥୀମାନଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବା ନିର୍ବାଚନ ଅଧିକାରୀ ଶ୍ରୀ ବେହେରାଙ୍କ ଠାରୁ ସୂଚନା ମିଳିଛି । ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ପୈାରସଂସ୍ଥାର ନଗରପାଳ ପଦରେ ୫ଟି ପ୍ରାର୍ଥୀପତ୍ର ଦାଖଲ କରାଯାଇଥିବା ବେଳେ ୨୧ଟି ୱାର୍ଡର କାଉନସିଲର ପଦ ପାଇଁ ମୋଟ ୯୮ଟି ପ୍ରାର୍ଥୀପତ୍ର ଦାଖଲ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ