କେନ୍ଦ୍ରାପଡା-ଯାଜପୁର ପ୍ରତିଭା ପୂଜା ଓ ସାଂସ୍କୃତିକ ସଂସଦର ପରିଚାଳନା ପରିଷଦ ଗଠିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗମୁସ୍ଥିତ ଓଡିଶା ଷ୍ଟେଟ ବ୍ରିଗ୍ରେଡ ସ୍କୁଲ ପରିସରରେ କେନ୍ଦ୍ରାପଡା-ଯାଜପୁର ପ୍ରତିଭା ପୂଜା ଓ ସାଂସ୍କୃତିକ ପରିଷଦର ଏକ ସାଧାରଣ ବୈଠକ ଆଡଭୋକେଟ ପ୍ରତାପ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂସଦର ବାଇ-ଲ ପ୍ରସ୍ତୁତି ପାଇଁ ବିଭିନ୍ନ ନୀତି ନିର୍ଦ୍ଦାରଣ ସହ କଳା, ସାହିତ୍ୟ ଓ ସଂସ୍କୃତିକୁ ଉଦଜୀବିତ କରିବା ଓ ଅଞ୍ଚଳର ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା ମାଧ୍ୟମରେ ପ୍ରେରଣା ପ୍ରଦାନ କରି ଯୁବପିଢୀଙ୍କୁ ଅନୁପ୍ରାଣିତ କରିବାର ପ୍ରୟାସ ନେଇ ଏକ ୨୧ଜଣିଆ ସଦସ୍ୟ ବିଶିଷ୍ଟ ପରିଚାଳନା ପରିଷଦ ଗଠନ କରାଯାଇଥିଲା । ଏହି ପରିଷଦ ଆସନ୍ତା ୩ବର୍ଷ ପାଇଁ କାର୍ଯ୍ୟ କରିବ । ପରିଚାଳନା ପରିଷଦର ନୂତନ କର୍ମକର୍ତ୍ତା ଭାବେ ସଭାପତି ଆଡଭୋକେଟ ପ୍ରତାପ ମହାପାତ୍ର, କାର୍ଯ୍ୟକାରୀ ସଭାପତି ଡକ୍ଟର ନୃସିଂହ ଚରଣ ବେହେରା, ଉପସଭାପତି ଦିଲ୍ଲିପ କୁମାର ଦାସ, ପରମାନନ୍ଦ ଥାଟୋଇ ଓ କନକଲତା ମହାପାତ୍ର, ସମ୍ପାଦକ ମୁରଲୀଧର ବିଶ୍ୱାଳ, ସାଂଗଠନିକ ସମ୍ପାଦକ ତରୁଣ କୁମାର ଦାସ ଓ ନିକେତନ ଜେନା, ସହସମ୍ପାଦକ ପ୍ରହଲ୍ଲାଦ ନାୟକ ଓ ରେଣୁବାଳା ସାହୁ, କୋଷାଧ୍ୟକ୍ଷ କେଶବ ଚନ୍ଦ୍ର ବିଶ୍ୱାଳ, ସଦସ୍ୟ ହେମନ୍ତ କୁମାର ବିଶ୍ୱାଳ, ରାମନାରାୟଣ ସିଂହ, ପାବକ ମହାପାତ୍ର, ପ୍ରକାଶ ଚନ୍ଦ୍ର ଜେନା, ବିଶ୍ୱରଞ୍ଜନ ନାୟକ, ଅଭିମନ୍ୟୁ ରାଉତ, ନିମାଇଁ ଚରଣ ବିଶ୍ୱାଳ, ବେଣୁଧର ନାୟକ, ଅମିତାଭ ଜେନା ଓ ପ୍ରମୋଦ କୁମାର ପତି, ଉପଦେଷ୍ଟାମଣ୍ଡଳୀ ସଭ୍ୟ ଭାବେ ଡକ୍ଟର ଭାଗ୍ୟଧର ସାହୁ, ପ୍ରଫେସର ଅଜୟ କୁମାର ସାମଲ, ଶ୍ରୀବତ୍ସ ନାୟକ, ପ୍ରଣବ କୁମାର ଜେନା, ଆଡଭୋକେଟ ପ୍ରଦୀପ ଦାଶ, ପ୍ରଫୁଲ୍ଲ ଦାଶ, ସଚ୍ଚିକାନ୍ତ ମିଶ୍ର, ସାମ୍ବାଦିକ ପ୍ରତାପ କୁମାର ଦାସ, ପର୍ଶୁରାମ ବିଶ୍ୱାଳ, କାଶୀନାଥ ରାଉତରାୟ, ଦୀନବନ୍ଧୁ ଜେନା, ସତ୍ୟବ୍ରତ ପୁହାଣ, ସହଦେବ ରାୟ, ବାନାମ୍ବର ସେଠୀ ଓ ହେମନ୍ତ କୁମାର ମହାପାତ୍ର ପ୍ରମୁଖଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । ମନୋନିତ ସମସ୍ତ ସଦସ୍ୟମାନଙ୍କୁ ପ୍ରଣବ କୁମାର ଜେନା ଶପଥ ପାଠ କରାଇଥିବା ବେଳେ ଶିକ୍ଷାବିତ ପର୍ଶୁରାମ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ବରୀ, ବଡଚଣା, କେନ୍ଦ୍ରାପଡା ଓ ଡେରାବିଶ ପ୍ରଭୃତି ବିଭିନ୍ନ ବ୍ଲକର ଶତାଧିକ ସଂସ୍କୃତି ପ୍ରେମୀ ବ୍ୟକ୍ତି ଏହି ସଭାରେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ