ଡେରିକିରେ ବିଜେଡିର ଜନସଂପର୍କ ପଦଯାତ୍ରା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକ ୨ନମ୍ବର ଜୋନ ଅନ୍ତର୍ଗତ ଡେରିକି ପଂଚାୟତରେ ବିଜେଡିର ଜନ ସଂପର୍କ ପଦଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ନେତୃତ୍ୱରେ ପଂଚାୟତର ମଝିପଡା ଗାଁର ପତିତପାବନ ମଠରୁ ପଦଯାତ୍ରା ଆରମ୍ଭ ହୋଇ ପାଇକସାହି, ବଂଧମୁଣ୍ଡା, ଗୋବରୀକୁଳ, ଡେରିକି ଆଦି ଗାଁରେ ପଦଯାତ୍ରା କରାଯିବା ପରେ ଗଂଗଦାହାଟ ନିଜଟରେ ଥିବା କପିଳମୁନି ଆଶ୍ରମରେ ପହଁଚିଥିଲା । ସେଠାରେ ବ୍ଲକ ବିଜେଡି ଯୁବ ସଭାପତି ପ୍ରତ୍ୟୁଷ ପରିଡାଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ବିଧାୟକ ଶ୍ରୀ ମୁଦୁଲି, ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କ ସମେତ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ, ଜିଲ୍ଲା ବିଜେଡି ଉପସଭାପତି ନଟବର ପ୍ରଧାନ, ନାଉଗାଁ ବ୍ଲକ ଜୋନ-୧ର ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ଜୋନ-୨ର ସଭ୍ୟା ମମତା ପରିଡା, ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଉପାଧ୍ୟକ୍ଷ ସୁଜିତ ପୁହାଣ, ସରପଂଚ ପ୍ରଶାନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଲୋକାଭିମୁଖି ଯୋଜନା ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ସରକାରଙ୍କ ପ୍ରତ୍ୟେକ ଯୋଜନା କିପରି ଗାଁଗହଳିର ସମସ୍ତ ଜନସାଧାରଣଙ୍କ ନିକଟରେ ପହଂଚି ପାରିବ ସେ କ୍ଷେତ୍ରରେ ସମସ୍ତ କର୍ମୀ ଆଗ୍ରହର ସହ କାର୍ଯ୍ୟ କରିବାକୁ ବିଧାୟକ ଶ୍ରୀ ମୁଦୁଲି କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ପଦଯାତ୍ରାରେ ବିଜେଡି ଡେରିକି ପଂଚାୟତ ସଭାପତି ମହାଦେବ ବିଶ୍ୱାଳ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, କୋରୁଅର ପୂର୍ବତନ ସରପଂଚ ଅରଣ୍ୟ ନାୟକ, ବ୍ଲକ ସାଧାରଣ ସଂପାଦକ ପ୍ରକାଶ ଜେନା, ଗାଲବ କୁମାର ଜେନା, ଯୁବନେତା ଉପେନ୍ଦ୍ର କୁମାର ଜେନା, ଜୀବନଜ୍ୟୋତି ଜେନା, କାର୍ତିକ ପରିଡା, ସଂଜିତ ଜେନା, ବ୍ଲକ ଯୁବ ସଂପାଦକ ଭାରତ କେଶରୀ ଲେଙ୍କା, ବ୍ଲକ ସାଧାରଣ ସଂପାଦକ ମନ୍ମଥ ଓଝା, ଅଲଣା ସରପଂଚ ଚନ୍ଦ୍ରମଣୀ ବେହେରା, ଜାମୁଗାଁ ସରପଂଚ ସୁଭ୍ରସ୍ମୃତୀ ପରିଡା, କୋରୁଅ ପଂଚାୟତ ଯୁବ ସଭାପତି ସୁଶାନ୍ତ ପରିଡା, ବ୍ଲକ ଛାତ୍ର ସଭାପତି ଲୋକନାଥ ଦାସଙ୍କ ସମେତ ଶତାଧିକ ଦଳୀୟ କର୍ମୀ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ