କେନ୍ଦ୍ରାପଡା ଲୋକସଭାର ବିଭିନ୍ନ ବିଧାନସଭା ଓ ବ୍ଲକ ପାଇଁ ବିଜେଡି ସଂଯୋଜକଙ୍କୁ ମନୋନିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ପକ୍ଷରୁ କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ଅଧିନ ବିଭିନ୍ନ ବିଧାନସଭା, ବ୍ଲକ ଓ ପୈାରାଞ୍ଚଳ ନିମନ୍ତେ ଦଳୀୟ ସଂଯୋଜକମାନଙ୍କୁ ମନୋନିତ କରାଯାଇଛି । ବିଜୁ ଜନତା ଦଳର କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ୧୫-କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡି ସଂଯୋଜକ ପ୍ରତାପ ଜେନା ଏହି ସଂଯୋଜକମାନଙ୍କୁ ମନୋନିତ କରିଛନ୍ତି । ସେହି ଅନୁଯାୟୀ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ସଂଯୋଜକ ଭାବେ ମଳୟ ଓଝା, ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଦେବେନ୍ଦ୍ର ଜେନା, କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଦୀପ ପ୍ରଧାନ, ମହାକାଳପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ରାକେଶ ମହାନ୍ତି, ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସନ୍ତୋଷ ମହାନ୍ତି, ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସୁଧୀର ବିଶ୍ୱାଳ ଓ ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସନ୍ଦୀପ ପାଣିଙ୍କୁ ସଂଯୋଜକ ଭାବେ ମନୋନିତ କରାଯାଇଥିବା ବେଳେ କେନ୍ଦ୍ରାପଡା ପୌରାଞ୍ଚଳ ପାଇଁ ପ୍ରଦୀପ ପ୍ରଧାନ ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ପାଇଁ ଅମୂଲ୍ୟ ପ୍ରଧାନଙ୍କୁ ସଂଯୋଜକ ଭାବେ ମନୋନିତ କରାଯାଇଛି । ସେହିପରି କେନ୍ଦ୍ରାପଡା ବ୍ଲକ ପାଇଁ ସୌମ୍ୟରଞ୍ଜନ ସ୍ୱାଇଁ, ରାଜନଗର ବ୍ଲକ ପାଇଁ ଦେବେନ୍ଦ୍ର ଜେନା, ପଟ୍ଟାମୁଣ୍ଡାଇ ବ୍ଲକ ପାଇଁ ବିରଞ୍ôଚ ନାରାୟଣ ଦାସ, ଆଳି ବ୍ଲକ ପାଇଁ ଆଲୋକ ଧଳ, ରାଜକନିକା ବ୍ଲକ ପାଇଁ ମଳୟ ଓଝା, ମହାକାଳପଡା ବ୍ଲକ ପାଇଁ ରାକେଶ ମହାନ୍ତି, ମାର୍ଶାଘାଇ ବ୍ଲକ ପାଇଁ ବିରେନ୍ଦ୍ର ବଳ, ଡେରାବିଶ ବ୍ଲକ ପାଇଁ ଅରବିନ୍ଦ ବେହେରା, ଗରଦପୁର ବ୍ଲକ ପାଇଁ ସନ୍ତୋଷ ମହାନ୍ତି, ମାହାଙ୍ଗା ବ୍ଲକ ପାଇଁ ଐ÷ଶ୍ୱର୍ଯ୍ୟ ପରିଡା, ନିଶ୍ଚିନ୍ତକୋଇଲି ବ୍ଲକ ପାଇଁ ସୁଧୀର ବିଶ୍ୱାଳ, ସାଲେପୁର ବ୍ଲକ ପାଇଁ ଅନନ୍ତ ଚରଣ ସେଠୀ, ଟାଙ୍ଗୀ ବ୍ଲକ ପାଇଁ ସନ୍ଦୀପ ପାଣିଙ୍କୁ ସଂଯୋଜକ ଭାବରେ ମନୋନିତ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ