କେନ୍ଦ୍ରାପଡା ସହରରେ ପ୍ରଶାସନ ନିର୍ଦେଶରେ ବିଭିନ୍ନ ଔଷଧ ଦୋକାନ, ନର୍ସିଂହୋମ, ପାଥୋଲାବ ଉପରେ ଚଢାଉ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ ଥିବା ଔଷଧ ଦୋକାନ, ବେସରକାରୀ ନର୍ସିଂହୋମ, ପାଥୋଲାବ, ଅଲଟ୍ରାସାଉଣ୍ଡ ପ୍ରଭୃତି ଉପରେ ଜିଲ୍ଲା ପ୍ରଶାସନ ନିର୍ଦେଶରେ ଡ୍ରଗଇନିସପେକ୍ଟରଙ୍କ ପକ୍ଷରୁ ଚଢାଉ କରାଯାଇଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଚଢାଉରେ ଡ୍ରଗଇନିସପେକ୍ଟର ପ୍ରଦିପ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ସଚିଦାନନ୍ଦ ମିଶ୍ର, କେନ୍ଦ୍ରାପଡା ଏସଡିପିଓ ଜୟନ୍ତ କୁମାର ମହାପାତ୍ର, କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏଥିସହିତ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଟାଉନ ଥାନା ଅଧିକାରୀ ତପନ କୁମାର ନାୟକଙ୍କ ନେତୃତ୍ୱରେ ୧୫ରୁ ଉର୍ଦ୍ଧ୍ୱ ପୋଲିସ ଅଧିକାରୀ ଓ ୨ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଥିଲେ । ସହରର ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ଔଷଧ ଦୋକାନ, ନର୍ସିଂହୋମ, ପାଥୋଲାବ ଓ ଅଲଟ୍ରାସାଉଣ୍ଡ ପ୍ରଭୃତି ଉପରେ ଚଢାଉ କରାଯାଇଥିବା ବେଳେ ସେଥି ମଧ୍ୟରୁ ୩ଟି ଔଷଧ ଦୋକାନ, ୨ଟି ଲ୍ୟାବ ଓ ଗୋଟିଏ ଅଲଟ୍ରାସାଉଣ୍ଡ କ୍ଲିନିକକୁ ସିଲ କରାଯାଇଥିବା ସୂଚନା ମିଳିଛି । ସିଲ କରାଯାଇଥିବା ଔଷଧ ଦୋକାନରୁ ଏକ୍ସପାରି ହୋଇଥିବା ଔଷଧ ମିଳିଥିବା ବେଳେ ସିଲ ଲ୍ୟାବ ଦୁଇଟି ଓ ଅଲଟ୍ରାସାଉଣ୍ଡ କ୍ଲିନିକଟି ଆବଶ୍ୟକ କାଗଜପତ୍ର ଦେଖାଇପାରିନଥିଲେ ବୋଲି ସୂଚନା ମିଳିଛି । ଏସମ୍ପର୍କରେ ଉପଜିଲ୍ଲାପାଳ ଶ୍ରୀ ବେହେରାଙ୍କୁ ଯୋଗାଯୋଗ କରାଯାଇଥିଲେବି ସେ କୈାଣସି ଉତ୍ତର ଦେଇନଥିଲେ । ପ୍ରଶାସନର ଏଭଳି ଅତର୍କିତ ଚଢାଉ ଆରମ୍ଭ ହେବା ପରେ ସହରର ସମସ୍ତ ଔଷଧ ଦୋକାନ,ପାଥୋଲାବ ଓ ଅଲଟ୍ରାସାଉଣ୍ଡ ଗୁଡିକ ବନ୍ଦ ହୋଇଯାଇଥିଲା । ଫଳରେ ରୋଗୀଙ୍କ ପାଇଁ ଔଷଧ କିଣିବାକୁ ଆସିଥିବା ତାଙ୍କ ସମ୍ପର୍କୀୟମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ପୂର୍ବରୁ ପ୍ରଶାସନ ସବୁ ଜାଣି ଚୁପ ବସିଥିବା ବେଳେ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୃହରେ ଏକ ସିଟି ହସପିଟାଲ ସ୍ଥାପନ ଦାବିକୁ ନେଇ କେନ୍ଦ୍ରାପଡା ବନ୍ଦ ପାଳନ କରାଯିବା ପରେ ପ୍ରଶାସନ ପକ୍ଷରୁ ଉଦେଶ୍ୟମୂଳକ ଭାବେ ଏପରି ଅତର୍କିତ ଚଢାଉ କରାଯାଇଥିବା ବୁଦ୍ଧିଜୀବୀ ଓ କେତେକ ବ୍ୟବସାୟୀ ମତବ୍ୟକ୍ତ କରିଛନ୍ତି । କିନ୍ତୁ ଏଭଳି ଘଟଣା ନେଇ କେବଳ ରୋଗୀ ଓ ତାଙ୍କ ସହଯୋଗୀମାନଙ୍କୁ ଯାହା ହିନସ୍ତା ହେବାକୁ ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ