୨୩ରୁ ଅନିର୍ଦ୍ଦିଷ୍ଟକାଳ ଗଣଧାରଣା କେନ୍ଦ୍ରାପଡା ମେଡିକାଲ ବଞ୍ଚଅ ମିଳିତ କ୍ରୀୟାନୁଷ୍ଠାନ କମିଟି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ମେଡିକାଲ ବଞ୍ଚଅ ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଶତାଧରକ ଲୋକ ଏକ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ୪ଦିନ ଭିତରେ କେନ୍ଦ୍ରାପଡା ପୁରୁଣା ମେଡିକାଲ ସମ୍ପର୍କରେ ପୁର୍ନବିଚାର ନକଲେ ଆସନ୍ତା ୨୩ତାରିଖ ସୋମବାର ଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବାକୁ ଆହ୍ୱାନ ଦେଇଛି । ପ୍ରକାଶ ଥାଉକି ଗତ ୧୫ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନକୁ ଅନେକ ଥର ଦାବିପତ୍ର ଦିଆଯିବା ସହିତ ଭେଟି ଆଲୋଚନା କରିବା ପରେ ମଧ୍ୟ କୈାଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ କ୍ରୀୟାନୁଷ୍ଠାନ କମିଟି ଆହ୍ୱାନରେ କେନ୍ଦ୍ରାପଡାବାସୀ ଗତ ୧୭ତାରିଖରେ ରାସ୍ତା ଅବରୋଧ ଓ ବନ୍ଦ ପାଳନ କରିଥିଲେ । ଏସବୁ ସତ୍ୱେ ଜିଲ୍ଲା ପ୍ରଶାସନ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଫଳରେ ଗୁରୁବାର ଚରମ ଦାବିପତ୍ର ପ୍ରଦାନ କରାଯାଇଥିବା କୁହାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ଆବାହକ ପ୍ରଫୁଲ୍ଲ କୁମାର ସାହୁ, ସୟଦ ଅକମଲ ଅଲ୍ଲୀ, ଗୟାଧର ଧଳ, ମହମ୍ମଦ ସଲିମ ଖାନ, ଗୋପିନାଥ ବାରିକ, ଭୀମସେନ ବେହେରା, ମହମ୍ମଦ ନିୟାଜ, କାଉନସିଲର ସେକ ଅସଲମ,ପ୍ରଶାନ୍ତ କୁମାର ସିଂ, ସୈାମେନ୍ଦ୍ର କୁମାର ପୃଷ୍ଟି, ଭାବଗ୍ରାହୀ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ୧୭ତାରିଖ କେନ୍ଦ୍ରାପଡା ବନ୍ଦ ପରେ ପ୍ରଶାସନ ପକ୍ଷରୁ ଆଜି ଯେଭଳି ଆକ୍ରୋଶମୂଳକ ଭାବେ ଆନ୍ଦୋଳନକାରୀଙ୍କ ଉପରେ ଦମନଲୀଳା ଚଳାଇଛି ତାହାକୁ ମିଳିତ କ୍ରୀୟାନୁଷ୍ଠାନ କମିଟି ଦୃଢ ନିନ୍ଦା କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ