କେନ୍ଦ୍ରାପଡ଼ାରେ ସ୍ୱାୟତ ଶାସନ ଦିବସ ପାଳିତ: ଗୋପବନ୍ଧୁ ପାଠାଗାର ଉଦଘାଟିତ

କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ କଜଳା ମୈାଜାର ତହସିଲ କାର୍ଯ୍ୟାଳୟ ନିକଟରେ ଗୋପବନ୍ଧୁ ପାଠାଗାର ସ୍ୱାୟତ ଶାସନ ଦିବସ ଅବସରରେ ଉଦଘାଟିତ ହୋଇଯାଇଛି । କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ ପରିଡ଼ା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ପୌରପାଳିକାର ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ବେହେରା କହିଥିଲେ ଯେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର କେନ୍ଦ୍ରାପଡ଼ା ଜିଲ୍ଲା ସହ ଗଭୀର ସମ୍ପର୍କ ରହି ଆସି ଆସିଛି । ବନ୍ୟା ସମୟରେ ଉତ୍କଳମଣି ଶ୍ରୀ ଦାସ ଡଙ୍ଗାରେ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆସି ବିଭିନ୍ନ ଗ୍ରାମାଞ୍ଚଳରେ ବୁଲି ଲୋକଙ୍କ ସେବା କରିଥିଲେ । ତେଣୁ ଗୋପବନ୍ଧୁଙ୍କ ସ୍ମୃତି ଉଦେଶ୍ୟରେ ଏହି ପାଠାଗାରର ନାମ ରଖାଯାଇଛି । ଏହି ପାଠାଗାରରେ ସର୍ବ ସାଧାରଣ ଲୋକ ବସି ବିଭିନ୍ନ ପାଠ୍ୟପୁସ୍ତକ ଅଧ୍ୟୟନ କରିପାରିବେ । ଏଥିସହ ପାଠାଗାର ନିକଟରେ ଗୋପବନ୍ଧୁଙ୍କ ଏକ ପ୍ରତିମୂର୍ତ୍ତି ଖୁବଶୀଘ୍ର ସ୍ଥାପନ କରାଯିବ ବୋଲି ବିଧାୟକ କହିଥିଲେ । ପୌରସଂସ୍ଥାର ନିର୍ବାହୀ ଅଧିକାରୀ ଶ୍ରୀ ବଳ କହିଥିଲେ ଯେ ଏହି ପାଠାଗାରଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମାଣ କରାଯାଇଛି । ପାଠାଗାରରେ ଅତ୍ୟାଧୁନିକ ଜ୍ଞାନକୈାଶଳର ବ୍ୟବସ୍ଥା କରାଯାଇଛି । ତେଣୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀମାନେ ଏଠାରେ ବସି ପାଠ ପଢି ପାରିବେ । ଏହାବ୍ୟତିତ ବରିଷ୍ଠ ନାଗରିକମାନେ ମଧ୍ୟ ଏଠାରେ ବସି ବିଭିନ୍ନ ପ୍ରକାର ଉପନ୍ୟାସ ଓ ସାହିତ୍ୟ ଭିତ୍ତିକ ପୁସ୍ତକ ପଠନ କରିପାରିବେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ରାଜ୍ୟ ସମ୍ପାଦକ ରଞ୍ଜିତ ସାହୁ, ନଗର ବିଜେଡି ସଭାପତି ଯଯାତି କେଶରୀ ମହାନ୍ତି, ମହେନ୍ଦ୍ର ମିଶ୍ର, ହିରଣ୍ୟ ପଣ୍ଡା, ମହେଶ ପାଢୀ, ମଙ୍ଗଳବରଣ ସିଂହ, ବିଜୟ ପତି, ଦେବଦାସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱାୟତ ଶାସନ ଦିବସ ଅବସରରେ ୱାର୍ଡ ନଂ. ୧୨ରେ ବ୍ୟାଟେରୀ ଚାଳିତ ଗାଡି, ‘ମୋ ଖତ’ ଷ୍ଟୋର ଉଦ୍‌ଘାଟିତ ହୋଇଥିବା ବେଳେ ୱାର୍ଡ ନଂ. ୨୧ର ତିନିମୁହାଣୀଛକ ନିକଟରେ ଭେଣ୍ଡିଂ ଜୋନର ଉଦଘାଟନ ସହିତ ପୌରପାଳିକା କଲ୍ୟାଣ ମଣ୍ଡପ ନିକଟରେ ସ୍ମାର୍ଟ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ, ୱାର୍ଡ ନଂ. ୭ର ରସୁଲାବାଗରେ କବରସ୍ଥାନ, ସେପଟିକ ଟ୍ରିଟମେଣ୍ଟ ଟାଙ୍କି, ୱାର୍ଡ ନଂ. ୧୩ର ରଣପଡାରେ ଶ୍ମଶାନ ଓ କବର ସ୍ଥାନର ଭିତ୍ତିପ୍ରସ୍ତର ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବେହେରାଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ