ଗୋଷ୍ଠୀ ସହଭାଗିତାରେ ୪୧ ମିଶନଶକ୍ତି ସଦସ୍ୟାଙ୍କୁ ସାଇକେଲ ବିତରଣ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମିଶନଶକ୍ତି ସଦସ୍ୟାଙ୍କ ଆତ୍ମବିଶ୍ୱାସ ବୃଦ୍ଧି, କାର୍ଯ୍ୟଦକ୍ଷତା ଓ ଗୋଷ୍ଠୀ ସହଭାଗିତାକୁ ଅଧିକ କ୍ର୍ରି୍ର୍ରୟାଶୀଳ ଳକ୍ଷ୍ୟରେ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୁରୁବାର ରାଜ୍ୟସ୍ତରୀୟ ଗୋଷ୍ଠୀ ସହଭାଗିତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ କ୍ଷେତ୍ରରେ ମିଶନଶକ୍ତି ସଦସ୍ୟାଙ୍କ ସଫଳତା ଓ କର୍ମ କ୍ଷେତ୍ରରେ ସମୟ ଅଭାବକୁ ପୂରଣ କରିବା ଦିଗରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଇକେଲ ବିତରଣ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ ଓ ଉଦବୋଧନ ଦେଇଛନ୍ତି । ଏହି କ୍ରମରେ ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ ରାଜ୍ୟ ସରକାରଙ୍କ ପ୍ରୟୋଜିତ ବିଭିନ୍ନ ଗୋଷ୍ଠୀ ଭିତ୍ତିକ ପ୍ରକଳ୍ପରେ ନିୟୋଜିତ ଥିବା ମିଶନଶକ୍ତି ସଦସ୍ୟାଙ୍କୁ ସାଇକେଲ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ୧୦ଜଣ ସ୍ୱଚ୍ଛ ସାଥୀ,୨ ସୁପରଭାଇଜ, ବିଭବ କେନ୍ଦ୍ରର ୧୧ ଜଣ, ଆହାର କେନ୍ଦ୍ରର ୪ଜଣ, ମଳ ଉପଚାର କେନ୍ଦ୍ରର ୭ଜଣ,୪ ଜଳସାଥୀ, ଗୋଷ୍ଠୀ ଶୌଚାଳୟର ୨ ଓ ଜଣେ ବ୍ୟାଟେରି ଚାଳିତ ଯାନ ଚାଳକ ମୋଟ ୪୧ ଜଣ ମିଶନ ଶକ୍ତି ସଦସ୍ୟାଙ୍କୁ ସାଇକେଲ ବିତରଣ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ମହାପାତ୍ର, ପୌରାଧ୍ୟକ୍ଷ ସୁବାଷ ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ନଗର ବିଜେଡି ସଭାପତି ଭୀମସେନ ବେହେରା, ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ, ତହସିଲଦାର ପ୍ରଭାତ କୁମାର ପରିଡା, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଯୁବ ବିଜେଡି ସଭାପତି ସଞ୍ଜୟ ପଣ୍ଡା, ପୂର୍ବତନ ନଗରପାଳ ଶିବରାମ ଗୌଡ, ହୃଦୟାନନ୍ଦ ମହାପାତ୍ର, ପ୍ୟାରୀମୋହନ ପାଢିଙ୍କ ସମେତ ସମସ୍ତ କାଉନସିଲର, ମିଶନ ଶକ୍ତି ମହିଳା ଓ ସହରର ବହୁ ବୁଦ୍ଧିଜୀବି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପୌର କନିଷ୍ଠ ଯନ୍ତ୍ରୀ ମାନସ ଦାଶ,ଦିଲ୍ଲିପ ମିଶ୍ର ପରିଚାଳନା କରିଥିବା ବେଳେ ଭାସ୍କର ସାହୁ, ବିବେକାନନ୍ଦ ମହାପାତ୍ର, ମୋହନ ଆଚାରୀ, କିଶାନ କୁମାର ପାତ୍ରଙ୍କ ସମେତ ସମସ୍ତ ପୌର କର୍ମଚାରୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ