କେନ୍ଦ୍ର ଓ ରାଜ୍ୟ ସରକାର ଜନବିରୋଧୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶ୍ରୀ ଗୟାଧର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମତା କ୍ରାନ୍ତି ଦଳର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକକୁ ଉଦ୍‌ଘାଟନ କରି ଦଳର ପ୍ରତିଷ୍ଠାତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବ୍ରଜକିଶୋର ତ୍ରିପାଠୀ କହିଲେ ଯେ, ବର୍ତ୍ତମାନ ଦେଶରେ ବିଜେପି ନେତୃତ୍ୱରେ ଚାଲିଥିବା ୯ ବର୍ଷର ଗଣତନ୍ତ୍ର ବିରୋଧି କେନ୍ଦ୍ର ସରକାର ସବୁ ଦିଗରେ ବିଫଳ ହୋଇଛନ୍ତି । ବର୍ତ୍ତମାନ ଅତ୍ୟଧିକ ଦରଦାମ ବୃଦ୍ଧିରେ ସାଧାରଣ ଜନତା ବ୍ୟତିବ୍ୟସ୍ତ, ଶିକ୍ଷିତ ବେକାରୀ ସମସ୍ୟା ଉତ୍କଟ, ଚାଷୀ ଉତ୍ପାଦିତ ଦ୍ରବ୍ୟର ସର୍ବନିମ୍ନ ଦର ନିର୍ଦ୍ଧାରଣକୁ ଆଇନଗତ ଦରଜା ଦେବା ପାଇଁ ରାଜରାସ୍ତାରେ ଶ୍ରମିକ ବେକାର କିମ୍ବା ଦାଦନ ଶ୍ରମିକ ଭାବରେ ଅଧା ପେଟରେ ବିଦେଶରେ, ସର୍ବୋପରି ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ଥିବାବେଳେ କେନ୍ଦ୍ର ସରକାର ଧର୍ମ ନାମରେ ଦେଶକୁ ବିଭାଜିତ କରିବା ପାଇଁ କାର୍ଯ୍ୟରତ । ଦେଶର ସ୍ୱାଧୀନତା ଆନ୍ଦୋଳନକୁ ବିରୋଧ କରୁଥିବା ଓ ସ୍ୱାଧୀନତାକୁ ସ୍ୱୀକାର କରୁନଥିବା ଗୋଷ୍ଠୀ ଓ ସଂଗଠନ ଆଜି ରାଷ୍ଟ୍ରାବାଦୀ ।ସେହିପରି ଶ୍ରୀ ତ୍ରିପାଠୀ କହିଥିଲେ ଯେ, ସି.ଏ.ଜି ରିପୋର୍ଟରେ ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ଲୋକଲୋଚନକୁ ଆଣି ରାଜ୍ୟ ସରକାରଙ୍କୁ ଉଲଗ୍ନ କରି ଦେଇଛନ୍ତି । ଲୁହାପଥର ଲୁଟ ଓ କୋଇଲା ଲୁଟ ମହାଦୁର୍ନୀତି, ବକ୍ସାଇଟ ଦୁର୍ନୀତିରେ ରାଜ୍ୟ ବିଜେଡ଼ି ସରକାର ମୁଖ୍ୟ ଭାଗିଦାରୀ ରହିଛନ୍ତି । ଏହା ସାଙ୍ଗକୁ ରାଜ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନାରେ ଦୁର୍ନୀତି, ଖାଦ୍ୟ ଅନୁପଯୋଗୀ ଚାଉଳ ଚାଲାଣ ଯୋଗାଣ ସାଙ୍ଗକୁ ଶିଶୁ ଖାଦ୍ୟ ଓ ଡ଼ାଲି ଦୁର୍ନୀତି, ଭେଜାଲ ଔଷଧ, ଜଳସେଚନ, ସମବାୟ ବିଭାଗ ସମେତ ରାଜ୍ୟ ଶାସନର ପ୍ରତ୍ୟେ ବିଭାଗରେ ଚାଲିଥିବା ଦୁର୍ନୀତିର ଦୁର୍ଗନ୍ଧରେ ଜନସାଧାରଣ ବିବ୍ରତ । ଚିଟଫଣ୍ଡ ଦୁର୍ନୀତିରେ ଶାସକ ଦଳର ସହାୟତାରେ ଓ ପୃଷ୍ଠପୋଷକତାରେ ସାଧାରଣ ନିବେଶକଙ୍କ ହଜାର ହଜାର କୋଟି ଟଙ୍କା ବୁଡ଼ି ଯାଉଥିବା ଓ ସରକାରୀ ଦଳର ବହୁ ମନ୍ତ୍ରୀ, ସାଂସଦ, ବିଧାୟକ, ନେତାମାନେ ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗର ତଦନ୍ତ ଆବଶ୍ୟକ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ । ଖଣି ଦୁର୍ନୀତିରେ ଜଷ୍ଟିସ ଶାହା କମିଶନ ରିପୋର୍ଟରେ ସିବିଆଇ ତଦନ୍ତ ସୁପାରିଶ ଉପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନ କରାଯିବା ଉଭୟ କେନ୍ଦ୍ରର ଏନ୍‌ଡ଼ିଏ ଓ ରାଜ୍ୟରେ ବିଜେଡ଼ି ତଦନ୍ତ ସୁପାରିଶ ଉପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନ କରାଯିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାର ଭିତ୍ତିିରି ସମ୍ପର୍କକୁ ପ୍ରମାଣିତ କରୁଛି । ଚିଟଫଣ୍ଡ ଦୁର୍ନୀତିରେ ସିବିଆଇ ତଦନ୍ତରେ ମନ୍ଥରତା ଜନସାଧାରଣଙ୍କୁ ବିବ୍ରତ କରୁଛି । ରାଜ୍ୟ ସରକାରଙ୍କ ‘ଲୋକାୟୁକ୍ତ’ ବିଧେୟକୁ ସମାଲୋଚନା କରି ଶ୍ରୀ ତ୍ରିପାଠୀ କରିଥିଲେ ଯେ, ଦନ୍ତ ବିହୀନ ଏହି ଆଇନରେ ଭିଜିଲାନ୍ସକୁ ଲୋକାୟୁକ୍ତଙ୍କ ଅଧୀନ ନ କରିବା ଓ ନାଗରିକ ଅଧିକାରକୁ ସ୍ୱୀକୃତି ନଦେବା ଦ୍ୱାରା ଏହା ସଶକ୍ତ ତଥା ଉଚ୍ଚସ୍ତରରେ ଭ୍ରଷ୍ଟାଚାର ରୋକିବାରେ ସକ୍ଷମ ହେବା ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଦିଗହରା ଓ ଚିରାଚରିତ ବଜେଟ ଓ ଚାଷୀ, ବେକାରୀଯ ସମସ୍ୟା ସମାଧାନରେ ବିଫଳ ବଜେଟ ବୋଲି ଶ୍ରୀ ତ୍ରିପାଠୀ କହିଥିବା ବେଳେ ଆଗାମୀ ଦିନରେ ଦେଶର ଅତ୍ୟଧିକ ଦରଦାମ ବୃଦ୍ଧି ଓ ମୁଦ୍ରାସ୍ଫୀତି ଘଟିବ ବୋଲି ସେ କହିଥିଲେ ।ଶ୍ରୀ ତ୍ରିପାଠୀ ଆହୁରି ମଧ୍ୟ କହିଥିଲେ ଯେ, ସମତା କ୍ରାନ୍ତି ଦଳ ଅନୁଭବ କରେ ଯେ, ରାଜ୍ୟରେ ଦିଗହରା, ପରସ୍ପର କନ୍ଦଳରେ ଲିପ୍ତ କଂଗ୍ରେସ ଦଳ ଦକ୍ଷ ବିରୋଧୀ ଦଳର ଭୂମିକା ତୁଲାଇବାରେ ଅସମର୍ଥ ହୋଇଛି । ଏଣୁ ଚରମ ଦୁର୍ଦ୍ଦଶା ଭିତରେ ଗତ କରୁଥିବା ଓଡ଼ିଶାର ଜନସାଧାରଣଙ୍କ ପାଇଁ ପରିବର୍ତ୍ତନ ଅବଶ୍ୟମ୍ଭାବୀ ହୋଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ଜନମୋର୍ଚ୍ଚା ତାର ଐତିହାସିକ, ସମୟ ଉପଯୋଗୀ, ସଠିକ ନିଷ୍ପତ୍ତି ନେଇ ସମତା କ୍ରାନ୍ତି ଦଳରେ ନିଜକୁ ବିଲୀନ କରିଦେଇଛି । ସମତା କ୍ରାନ୍ତି ଦଳ ସମେତ ସମସ୍ତ ବାମପନ୍ଥୀ ଦଳ ଓ କେତେକ ଆଞ୍ଚଳିକ ଦଳ ମିଶି ମୋଟ ୧୦ଟି ଦଳକୁ ନେଇ ଗଠିତ ‘ଓଡ଼ିଶା ବଞ୍ଚାଓ ଅଭିଯାନ’ ରାଜ୍ୟକୁ ସୁସ୍ଥ, ଦୁର୍ନୀତିମୁକ୍ତ କାର୍ଯ୍ୟକ୍ଷମ ଶାସନ ଦେବାରେ ସଫଳ ହୋଇପାରିବ ଓ ଦେଶରେ ସମତା ଭିତ୍ତିକ ଶାସନ ଓ ଆର୍ôଥକ ବ୍ୟବସ୍ଥା ଦେବା ପାଇଁ ଆଶା ସୃଷ୍ଟି କରିବ । ଶ୍ରୀ ତ୍ରିପାଠୀ ଓଡ଼ିଶାର ସମସ୍ତ ବାମପନ୍ଥୀ ଦଳ, ପ୍ରଗତିଶୀଳ ଦଳ, ଗଣ ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ଜନନବିରୋଧୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ମିଳିତ ସଂଗ୍ରାମ ପାଇଁ ଆହ୍ୱାନ ଦେଇଥିଲେ ।ସଭାରେ ରାଜନୈତିକ ପ୍ରସ୍ତାବ, କୃଷି ଓ କୃଷକ ସମସ୍ୟା ସମ୍ପର୍କିତ ପ୍ରସ୍ତାବ, ବେକାରୀ ସମସ୍ୟା ସମ୍ପର୍କିତ ପ୍ରସ୍ତାବ, ଶ୍ରମିକମାନଙ୍କ ନାର୍ଯ୍ୟଦାବୀ ସମ୍ପର୍କିତ ପ୍ରସ୍ତାବ ଆଦି ଆଲୋଚନା ହୋଇ ଗୃହିତ ହୋଇଥିଲା । ଖୋଲା ଅଧିବେଶନକୁ ନିମନ୍ତ୍ରିତ ଅତିଥି ଭାବରେ ସପିଆଇ (ଏମ୍‌) ଶ୍ରୀ ସୁରେଶ ପାଣିଗ୍ରାହୀ, ଭାରତୀୟ କମ୍ୟୁନିଷ୍ଟ ପାଟି ଓଡ଼ିଶା ଶାଖାର ସମ୍ପାଦକ ଅଭୟ ସାହୁ, ସମାଜବାଦୀ ଦଳର ଉପସଭାପତି ଶ୍ରୀ ସୁଦର୍ଶନ ପ୍ରଧାନ, ଭାରତୀୟ ଫରୱାର୍ଡ଼ ବ୍ଲକର ଓଡ଼ିଶା ଶାଖାର ସମ୍ପାଦକ ଶ୍ରୀ ଜ୍ୟୋତିରଞ୍ଜନ ମହାପାତ୍ର, ସିପିଆଇ (ଏମ୍‌-ଏଲ୍‌)ଲିବିରେଲ୍ର ସମ୍ପାଦକ ଶ୍ରୀ ଯୁଧିଷ୍ଠିର ମହାପାତ୍ର, ବିଶିଷ୍ଟ ସାମ୍ବାଦିକ ଶ୍ରୀ ରବି ଦାସ ପ୍ରମୁଖ ଉଦବୋଧନ ଦେଇ କେନ୍ଦ୍ରର ଗଣତନ୍ତ୍ର ବିରୋଧୀ, ସାମ୍ପ୍ରଦାୟିକ ସରକାର ବିରୋଧରେ ଏକତ୍ରିତ ହୋଇ ପରାସ୍ତ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପଞ୍ଚାନନ ସେନାପତି, ମଦନ ମୋହନ ନନ୍ଦ, ସରୋଜ ଶତପଥୀ, ଅରେନ ପାଣି, ତୁଷାର ପଣ୍ଡା, ଯୁବ ସମତା ସଭାପତି ଶ୍ରୀ ବଜ୍ରାଦିତ୍ୟ ତ୍ରିପାଠୀ, ଶ୍ରୀଯ ନାରାୟଣ ରାଉତ, ଶ୍ରୀ ଚନ୍ଦ୍ରଶେଖର ସ୍ୱାଇଁ, ଶ୍ରୀ ହେମନ୍ତ ମୁଦୁଲି ଅଧିବେଶନରେ ରାଜନୈତିକ ପ୍ରସ୍ତାବ, ବେକାର ସମସ୍ୟା, ଚାଷୀ ଓ ଚାଷ ସମସ୍ୟା ଓ ଶ୍ରମିକମାନଙ୍କ ସମ୍ପର୍କିତ ପ୍ରସ୍ତାବରେ ବକ୍ତାମାନେ ଅଂଶଗ୍ରହଣ କରିଥିଲେ ଓ ପ୍ରସ୍ତାବ ଗୃହିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ