କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳତାକୁ ନେଇ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଙ୍କ ଦ୍ବାରା ଖଵରଦାତା ସମ୍ମିଳନୀ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):କୁଡୁମି ଭବନ ପରିସରରେ ଯଶ୍ବଷୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୧୪ ମସିହାରୁ ଆଜିଯାଏଁ ଦିର୍ଘ ୯ ବର୍ଷ ର ଶୁଶାସନ ଦେଶର ପ୍ରଗତି ଓ ସୁନାମ ସାରା ବିଶ୍ଵରେ ଏକ ନିଆରା ପରିଚୟ ସୃଷ୍ଟି କରିଛି । କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ୯ ବର୍ଷର ସଫଳତାକୁ ନେଇ ସାଂସଦ ଵିଶେଶ୍ଵର‌ ଟୁଡୁ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ସମ୍ମୁଖରେ ସବିଶେଷ ତଥ୍ୟ ସହ ଉପସ୍ଥାପନା କରିଥିଲେ । କେନ୍ଦ୍ର ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ କାଶ୍ମୀରରେ ଐତିହାସିକ ୩୭୦ ଧାରା ଉଚ୍ଛେଦ,ମୁସଲମାନ ମହିଳାଙ୍କ ସୁରକ୍ଷା ପାଇଁ ୩ ତଲାକ ଲାଗୁ, କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀ ବୀମା ଯୋଜନା,୮୦ କୋଟି ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ,ମୁଦ୍ରା ଯୋଜନା,ଅଧିକ ଆଇଆଇଟି,ଏମ୍ସ ପ୍ରତିଷ୍ଠା,ବନ୍ଦେ ଭାରତ ଏକ୍ସପ୍ରେସ,ଅଧିକ ସଂଖ୍ୟକ କେନ୍ଦ୍ରୀୟ ବିଦ୍ୟାଳୟ, ଏକଲବ୍ୟ ବିଦ୍ୟାଳୟ,ଅମୃତ ଯୋଜନାରେ ବହୁ ଲୋକ ଲୋଚନକୁ ଆସି ପାରି ନଥିବା ମନିଷୀମାନଙ୍କୁ ସମ୍ମାନ ଦେବା ସହ ,ଓଡ଼ିଶାରେ ପାଇଁ ବିଶ୍ବ ସ୍ତରୀୟ ରେଲଓ୍ବେ ପ୍ଲାଟଫର୍ମ,,ଉଡାନ ଯୋଜନା, ଯୁବକ ମାନଙ୍କ ପାଇଁ ଅଗ୍ନିବୀର ଯୋଜନା, ମହିଳାଙ୍କ ପାଇଁ ଉଜ୍ବଳା ଯୋଜନା, ଦକ୍ଷତା ବିକାଶ କେନ୍ଦ୍ର,ସମସ୍ତଙ୍କ ମୁଣ୍ଡ ଉପରେ ଛାତ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଘରକୁ ପିଇବା ପାଣି,ସ୍ବଚ୍ଛତା ପାଇଁ ଶୌଚାଳୟ,ଆନ୍ତର୍ଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ବଡ଼ ପଦକ୍ଷେପ, ଜି-୨୦ ଅଧ୍ୟକ୍ଷ ହେବା,ଯୁଦ୍ଧକୁ ନାଁ ଶାନ୍ତିକୁ ହଁ, ଯୋଗ ଦିବସ,ଜଳବାୟୁ ପରିବର୍ତ୍ତନ ପାଇଁ ପଦକ୍ଷେପ, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା,ମେଟ୍ରୋ ଯୋଜନା ନଦୀଜଳ ଯୋଜନା, ସୁକନ୍ୟା ଯୋଜନା, ସମସ୍ତଙ୍କ ଘରକୁ ବିଜୁଳି,ଦୃତ ଶିଳ୍ପାୟନ,ବନ୍ଦର ଯୋଜନା, ୨୦୪୭ ସୁଦ୍ଧା ଭାରତକୁ ବିଶ୍ବ ଗୁରୁରେ ପରିଣତ କରିବା, ଆତଙ୍କୀ ବାଦ ବିରୋଧୀ ନୀତି,ନକ୍ସଲ ଦମନ,୨୦୩୦ ସୁଦ୍ଧା ଯକ୍ଷ୍ମା ମୁକ୍ତ ଭାରତ,ରାମ ମନ୍ଦିର‌ପ୍ରତିଷ୍ଠା ଭଳି ବହୁ ପଦକ୍ଷେପ ନେଇଛନ୍ତି ।ତଦସହ ବେଶି ଭଲ ପାଉଥିବା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାକୁ କେନ୍ଦ୍ରରେ ମନ୍ତ୍ରୀ ପଦ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚୟନ କରିବା ଭଳି ବିଶାଳ ପଦକ୍ଷେପ ନେଇଛନ୍ତି ।ସେହି ଜନପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଲୋକାଭି କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଗଣମାଧ୍ୟମ ଜରିଆରେ ଏହା ଅଭିପ୍ରାୟ । ସେଥିପାଇଁ ମୟୂରଭଞ୍ଜ ଜିଲ୍ଲା ବିଜେପି ତରଫରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କର ଦୀର୍ଘାୟୁ କାମନା କରିଥିଲେ । ପ୍ରଧାନମନ୍ତ୍ରୀ ଭାରତକୁ ଆଗେଇ ନେବାପାଇଁ ଠାକୁରେ ତାଙ୍କୁ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଂପାଦକ ନବିନ ରାମ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ, ଯଶିପୁର ବିଧାୟକ ଗଣେଶରାମ ଖୁଣ୍ଟିଆ,ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ସଂଜିବ ମହାନ୍ତି,ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ