କୋଡ଼ିଙ୍ଗାମାଳି ବକ୍ସାଇଟି ଖଣି ପାଇଁ ସରକାର ଆଦିତ୍ୟ ଆଲୁମିନା ସହ ଏମଓୟୁ କଲେ କାମ ଆରମ୍ଭ ହେବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସଚିବାଳୟଠାରେ ଆଦିତ୍ୟ ଆଲୁମିନା ହିଣ୍ଡାଲକୋ ପ୍ରସ୍ତାବିତ କରାଖାନା ପାଇଁ ଜମି ହରାଇ ବିସ୍ଥାପିତ ହୋଇଥିବା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଓଡ଼ିଆପେଣ୍ଠ ପଞ୍ଚାୟତର ପାଞ୍ଚୋଟି ଗ୍ରାମର ଅଧିବାସୀ ଓ କାଶୀପୁର ବ୍ଲକ ଅନ୍ତର୍ଗତ ପୋଡ଼ାପାଡ଼ି ପଞ୍ଚାୟତର ୭ଟି ଗ୍ରାମର ଅଧିବାସୀମାନେ ମାନ୍ୟବର ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲିଙ୍କ ସହ ଯାଇ ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସାକ୍ଷାତ କରି କଂସାରୀଗୁଡ଼ାଠାରେ ଆଦିତ୍ୟ ଆଲୁମିନା ଶିଳ୍ପ ପ୍ରତିଷ୍ଠା କରି ସ୍ଥାନୀୟ ପିଲାମାନଙ୍କୁ ନିଯୁକ୍ତି ଦେବା ସହ ଟିକିରିରୁ କଂସାରୀଗୁଡ଼ା ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳର ବିବାଶ ପାଇଁ ଦାବି ଜଣାଇଥିଲେ । ଏହି ବିଷୟରେ ଶ୍ରୀ ଦାସଙ୍କୁ ମଧ୍ୟ ପୂର୍ବରୁ ଆଦିତ୍ୟ ଆଲୁମିନା ହିଣ୍ଡାଲକୋ ବିକାଶ ପରିଷଦର ସଭାପତି ଶ୍ରୀ ଦୌଲ ଚୌଧୁରୀ ଓ ଆରପିଡ଼ିଏସି ସଦସ୍ୟ ଶ୍ରୀ ରାଜେନ୍ଦ୍ର ଦୁରିଆଙ୍କ ନେତୃତ୍ୱରେ ବିସ୍ଥାପିତ ଜମିହରା, ବାସହରା ଗ୍ରାମବାସୀମାନେ ଭେଟି ସବୁ ସମସ୍ୟା ଜଣାଇଥିଲେ ଓ ଆଦିତ୍ୟ ଆଲୁମିନା କର୍ତ୍ତୃପକ୍ଷଙ୍କ ସର୍ତ୍ତ ଅନୁସାରେ ଓଏମ୍‌ସି ଏମ୍‌ଡ଼ି ବଳବନ୍ତ ସିଂଙ୍କୁ ସାକ୍ଷାତ କରି ଖଣି ଦେବା ପାଇଁ ଅନୁରୋଧ କରିଥିଲେ । ଆଜି କିନ୍ତୁ ମାନ୍ୟବର ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଦେଶରେ ବିସ୍ଥାପିତ ଜମିହରା, ବାସହରା ଗ୍ରାମବାସୀଙ୍କ ନେତୃତ୍ୱ ନେଉଥିବା ଶ୍ରୀ ଦୌଲ ଚୌଧୁରୀ, ଶ୍ରୀ ରାଜେନ୍ଦ୍ର ଦୁରିଆ, ପାରଦ କୁଲେସିକା, ବିପିନ ମାଡ଼ାଙ୍ଗି, ପୁରୁଷୋତ୍ତମ ଜାନି, ଅଗସ୍ତି ଭଦ୍ରା, ଜୟନ୍ତ ବିଡ଼ିକା, ସୁରେନ୍ଦ୍ର ବାଗ ଓ ରମା ମାଝୀ ସମସ୍ତେ ଯାଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ସାକ୍ଷାତ୍ କରି ପ୍ରସ୍ତାବିତ ଆଦିତ୍ୟ ଆଲୁମିନା ହାଣ୍ଡାଲକୋ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ତୁରନ୍ତ ହସ୍ତକ୍ଷେପ କିରବାକୁ ଅନୁରୋଧ କରିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ରଙ୍କ ସହ ଆଲୋଚନା ସମୟରେ ମୁଖ୍ୟତଃ ତିନୋଟି କଥା ଉପରେ ଗୁରୁତ୍ୱ ଦିଆଯାଇଥିଲା । (୧) ଆଦିତ୍ୟ ଆଲୁମିନା ଶିଳ୍ପ ପାଇଁ ୨୦୦୫ରୁ ଲକ୍ଷ୍ମୀପୁର ଓ କାଶୀପୁର ବ୍ଲକରୁ ୧୨ଟି ଗ୍ରାମର ଆଦିବାସୀ ଗ୍ରାମବାସୀଙ୍କ ଠାରୁ ୨୨୦୦ ଏକର ଜମି ଦୀର୍ଘ ୧୭ ବର୍ଷ ହେଲା କମ୍ପାନୀ କର୍ତ୍ତୃପକ୍ଷ ମାଡ଼ି ବସିଛନ୍ତି । କମ୍ପାନୀ କରୁନାହାଁନ୍ତି ଓ ଜମି ଫେରସ୍ତ କରୁନାହାଁନ୍ତି । ସରକାର ଆମ କମ୍ପାନୀ ସହ କୋଡ଼ିଙ୍ଗାମାଳି ଖଣଇ ଦେବା ପାଇଁ ଏମ୍‌ଓୟୁ କରନ୍ତୁ, ତାପରେ କାମ ଆରମ୍ଭ ହେବ ବୋଲି ଆଦିତ୍ୟ ଆଲୁମିନା କମ୍ପାନୀ କହୁଥିବାରୁ ଏବଂ ସରକାର କୋଡ଼ିଙ୍ଗାମାଳି ବକ୍ସାଇଟି ଖଣିକୁ ବେଦାନ୍ତକୁ ଦେଇଥିବାରୁ ଆଦିତ୍ୟ ଆଲୁମିନା ଶିଳ୍ପ ହୋଇପାରୁ ନାହିଁ ବୋଲି ବିସ୍ଥାପିତ ନେତା ତଥା ଆରପିଡ଼ିଏସ୍‌ସି ସଦସ୍ୟ ଦୌଲ ଚୌଧୁରୀ କହିଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ସବୁ ଅଭିଯୋଗ ଶୁଣି ଆଦିତ୍ୟ ଆଲୁମିନାର ଏମ୍‌ଡ଼ି ଛତିଶ ପାୟ ଓ କମ୍ପାନୀ ସଭାପତି ଅରବିନ୍ଦ ମହାପାତ୍ରଙ୍କ ସହିତ କଥା ହୋଇ ଆଦିତ୍ୟ ଆଲୁମିନା ଶିଳ୍ପ ପ୍ରତିଷ୍ଠା ସମ୍ପର୍କରେ କଥା ହୋଇ ଆଉ ୧୫ ଦିନ ସମୟ ମାଗି ପୁନର୍ବାର ଗୋଟିଏ ଟେବୁଲରେ ଜମିହରା, ବାସହରା ନେତାମାନଙ୍କ ସହ ସରକାରଙ୍କ ପ୍ରତିନିଧି ଓ ଆଦିତ୍ୟ ଆଲୁମିନା କମ୍ପାନୀ କର୍ତ୍ତୃପକ୍ଷ ଏକାଠି ବସାଇ କମ୍ପାନୀ ପ୍ରତିଷ୍ଠା ସମ୍ବନ୍ଧରେ ଯାହାସବୁ ସମସ୍ୟା ଅଛି ତାକୁ ସମାଧାନ କରି ଗ୍ରାମବାସୀମାନଙ୍କୁ ବୁଝାଇ ଶୁଝାଇ ଅପେକ୍ଷା କରିବାକୁ କହିଥିଲେ । ବିସ୍ଥାପିତ ଲୋକମାନଙ୍କ ସଭାପତି ବିପିନ କୁମାର ମାଡ଼ାଙ୍ଗିଙ୍କ କଥା ଅନୁସାରେ ସରକାର ତୁରନ୍ତ କମ୍ପାନୀ କରନ୍ତୁ ନଚେତ ୧୭ ବର୍ଷ ଧରି ମାଡ଼ି ବସିଥିବା କମ୍ପାନୀ କର୍ତ୍ତୃପକ୍ଷ ଆମ ଜାଗାକୁ କ୍ଷତିପୂରଣ ସହ ଜମି ଫେରସ୍ତ ଦିଅନ୍ତୁ ନଚେତ ହଜାର ହଜାର ଜମିହରା ଗ୍ରାମବାସୀମାନେ ରାଜଧାନୀ ଆସି ଜୋରଦାର ଆନ୍ଦୋଳନ କରିବେ ବୋଲି କହିଛନ୍ତି ଆରପିଡ଼ିଏସ୍‌ସି ସଦସ୍ୟ ରାଜେନ୍ଦ୍ର ଦୁରିଆ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ