କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ୮ମ ଆନ୍ତର୍ଜାତିକ ଯୋଗଦିବସ ପାଳିତ 

କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :-କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ୮ମ ଆନ୍ତର୍ଜାତିକ ଯୋଗଦିବସ ପାଳିତ ହୋଇଯାଇଅଛି | ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ କେନ୍ଦ୍ର ରେଳ, ସଂଚାର, ଇଲୋକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଉଦ୍ଧଘାଟନ କରିଥିଲେ | ଯୋଗ ମାଧ୍ୟମରେ ଆମ ଦେଶ ସାରା ବିଶ୍ୱକୁ ତାର ସଂସ୍କୃତି ଓ ପରମ୍ପରା ବିଷୟ ରେ ପରଚିତ କରାଇବା ସହ ଆଜି ବିଶ୍ୱଗୁରୁ ହେବାକୁ ଯାଉଛି | ନିୟମିତ ଯୋଗାଭ୍ୟାସ, ପ୍ରାଣାୟାମ ସହିତ ସୁଷମ ଖାଦ୍ୟ ସେବନ ଓ ଶୃଙ୍ଖଳିତ ଦୈନଦିନ ଜୀବନଶୈଳୀ ହିଁ ବ୍ୟକ୍ତିର ଭୌତିକ ତଥା ମାନସିକ ସ୍ତରରେ ଉନ୍ନତି ଘଟାଇଥାଏ | ଯୋଗ ଜୀବନ କୁ ସୁସ୍ଥ ଓ ନିରାମୟ ରଖିଥାଏ ବୋଲି କେନ୍ଦ୍ର ମନ୍ତ୍ରୀ ତାଙ୍କ ଅଭିଭାଷଣ ରେ ପ୍ରକାଶ କରିଥିଲେ | ଯୋଗକୁ ସାରା ବିଶ୍ୱରେ ଲୋକପ୍ରିୟ କରାଇବାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରମୁଖ ଭୂମିକା ରହିଛି | ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକ୍ରମେ ମିଳିତ ଜାତିସଙ୍ଘର ଅନୁମୋଦନକ୍ରମେ ଜୁନ ୨୧ତାରିଖକୁ ସାରା ବିଶ୍ୱ ଆନ୍ତର୍ଜାତିକ ଯୋଗଦିବସ ଭାବେ ପାଳନ କରୁଛି | ଚଳିତବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଦେଶର ୭୫ଟି ଐତିହ ସ୍ଥଳରେ ଯୋଗଦିବସ ପାଳନ କରାଯାଉଅଛି | ତନ୍ମଧ୍ୟରୁ ଓଡିଶା ର ୩ଟି ଐତିହସ୍ଥଳରେ ଯୋଗଦିବସ ସମାରୋହ ପାଳନକରାଯାଇଅଛି | ୮ମ ଆନ୍ତର୍ଜାତିକ ଯୋଗଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ରୂପେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥିବା ବେଳେ ଏଥିରେ ତିନିହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ | ଭାରତୀୟ ରେଳ ବିଭାଗ, ଡାକ ବିଭାଗ, ଏନ ଆଇ ଇ ଏଲ ଆଇ ଟି ର କର୍ମଚାରୀଙ୍କ ସମେତ ବିଭିନ୍ନ ଶିକ୍ଷାଅନୁଷ୍ଠାନର ଛାତ୍ରଛାତ୍ରୀ, ସାମାଜିକ ଅନୁଷ୍ଠାନ, ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ | କାର୍ଯ୍ୟକ୍ରମ ପରିଶେଷରେ କେନ୍ଦ୍ରମନ୍ତୀ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେବା ସହ କୋଣାର୍କ ର ଦୀର୍ଘ ଦିନର ଆଶା ରେଳ ସଂଯୋଗିକରଣ ପାଇଁ ତୁରନ୍ତ କାର୍ଯ୍ୟପନ୍ଥା ଆରମ୍ଭ କରାଯିବ | ଆଜିର ଏହି କାର୍ଯ୍ୟକ୍ରମକୁ ଏନ ଆଇ ଇ ଏଲ ଆଇ ଟିର ନିର୍ଦେଶକ ମଦନ ମୋହନ ତ୍ରିପାଠୀ, ଅନୁରାଗ ମାଥୁର, ଆର କେ ଦିବସ, ଉମାକାନ୍ତ ତ୍ରିପାଠୀ, ପ୍ରଶାନ୍ତ ଗୁପ୍ତାଙ୍କ ସମେତ ରେଳ ବିଭାଗ, ଡାକ ବିଭାଗର ବରିଷ୍ଟ ଅଧିକାରୀ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ସାରି କେନ୍ଦ୍ରମନ୍ତ୍ରୀ ଫେରୁଥିବା ବେଳେ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଥିବା ସ୍ୱାଗତଂ ତୋରଣଟିଭାଙ୍ଗି ପଡିଥିଲା | ଏଥିର କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛି | ଆଜିର ଦିନରେ ସୂର୍ଯ୍ୟମନ୍ଦିର ପ୍ରବେଶଶୁଳ୍କ ମୁକ୍ତ କରାଯାଇଥିଲା | ଫଳରେ ପର୍ଯ୍ୟଟକ ମାନେ ବିନା ଟିକେଟ ରେ ମନ୍ଦିର ପରିଦର୍ଶନ କରିଥିଲେ | ସେହିପରି ପତଞ୍ଜଳି ଯୋଗ ପୀଠ, ଓଡିଶା ପକ୍ଷରୁ ସ୍ଥାନୀୟ ହେଲିପ୍ୟାଡ଼ ପଡିଆ ରେ ସାମୁହିକ ଯୋଗଦିବସ ପାଳନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ କୋଣାର୍କ ଏନ ଏ ସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, ବନାଖଣ୍ଡି ଗ୍ରାମପଞ୍ଚାୟତ ର ସରପଞ୍ଚ ପ୍ରଜ୍ଞା ପରମିତା ନାୟକ, ସୁରେନ ପାଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ | କୋଣାର୍କକୁ ରେଳପଥ ସଂଯୋଗ ପାଇଁ ଏକ ଦାବୀପତ୍ର କେନ୍ଦ୍ର ରେଳମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ