ବାଲେଶ୍ୱର ଯୋଗ ମହୋତ୍ସବ ସମିତି ପକ୍ଷରୁ ବିଶ୍ୱ ଯୋଗ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଯୋଗ ମହୋତ୍ସବ ସମିତି ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ସ୍ଥାନୀୟ ସିଦ୍ଧି କଲ୍ୟାଣମଣ୍ଡପରେ ପାଳିତ ହୋଇଯାଇଛି । ପ୍ରାତଃକାଳରେ ଯଜ୍ଞ ଓ ସାମୂହିକ ଯୋଗ ଅଭ୍ୟାସ ଆଦି ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ସାମାଜିକ ଅନୁଷ୍ଠାନ, ଯୋଗସଂସ୍ଥା ଓ ଧାର୍ମିକ ସଂସ୍ଥାର ମୁଖ୍ୟମାନେ ଏହାକୁ ମିଳିତ ଭାବେ ଉଦଘାଟନ କରିଥିଲେ । ବିଶ୍ୱ ହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ଚିନ୍ମୟ ମିଶନ, ଆର୍ଟ ଅଫ୍ ଲିଭିଙ୍ଗ୍, ବିବେକାନନ୍ଦ ଯୋଗକେନ୍ଦ୍ର, ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଗାୟତ୍ରୀ ପରିବାର, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ଆର୍ଯ୍ୟ ସମାଜ ଓ ମୁସଲିମ୍ ସମ୍ପ୍ରଦାୟର ବହୁ ବିଶିଷ୍ଟ କର୍ମକର୍ତ୍ତା ଓ ବିଭିନ୍ନ ଯୋଗ କେନ୍ଦ୍ରର ସାଧକ ସାଧିକା ପ୍ରମୁଖ ଏଥିରେ ଯୋଗଦେଇ । କବି ପ୍ରଶାନ୍ତ ଦାସ ଏଥିରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ମାନବ ଶରୀର ପାଇଁ ଯୋଗ ଓ ପ୍ରାଣାୟମର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ବଳଭଦ୍ର ଶତପଥୀ ଏଥିରେ ସଂଯୋଜନା କରିଥିଲେ । ଯୋଗ ମହୋତ୍ସବ ସମିତିର ସଂଯୋଜକ ସୁଜିତ କୁମାର ଜେନା, ସହ-ସଂଯୋଜକ ଅଜୟ କୁମାର ଚୌଧୁରୀ, ବାଲେଶ୍ୱର ନଗର କମିଟିର ସଂଯୋଜକ ଅରବିନ୍ଦ ପାଲ, ବାଲେଶ୍ୱର ବ୍ଲକ୍ କମିଟିର ସହସଂଯୋଜକ ସଞ୍ଜିବ୍ କୁମାର ତାଲଦି, ସଂଯୋଜିକା ମାନସୀ ଦାସ, ସ୍ନେହଲତା ଦାସ, ଗୁରୁକୂଳ ଆଶ୍ରମ ପିଞ୍ଛାବଣିଆର ଆଚାର୍ଯ୍ୟ ବିଜୟ କୁମାର ଆର୍ଯ୍ୟ, ଗୁରୁମା ପ୍ରମିଳା ନାୟକ ପ୍ରଭୃତି ଉପସ୍ଥିତ ରହି ଯୋଗ ଓ ଯଜ୍ଞ କାର୍ଯ୍ୟରେ ସହଯୋଗ କରିଥିଲେ । ଗୁରୁକୂଳର ପିଲାମାନଙ୍କ ଦ୍ୱାରା ଯୋଗର ବିଭିନ୍ନ କଳା ପ୍ରଦର୍ଶନ କରାଯାଇଥିଲା । ପ୍ରଥମେ ପୁଲିସ ଲାଇନ୍ ପଡ଼ିଆ, ଚାନ୍ଦିପୁର ପିଏକ୍ସଇ ଗୋଭିଲା ମଞ୍ଚ, ବାଲେଶ୍ୱର ଜେଲ୍, ଫକୀର ମୋହନ ମହାବିଦ୍ୟାଳୟ ପ୍ରଭୃତିରେ ପ୍ରଟୋକଲ୍ ଅନୁଯାୟୀ ଯୋଗ ଶିକ୍ଷା ପ୍ରଦାନ କରାଯାଇଥିଲା ।


