କୋଦଳାରେ କଳାକାର ସମାବେଶ

କୋଦଳା,(ଯୁଗାବ୍ଦ ନ୍ୟୁଜ୍‌) : ଗଞ୍ଜାମ ଜିଲ୍ଲା କମିଟି ଆନୁକୁଲ୍ୟରେ କୋଦଳା ନିକଟ ଶ୍ରୀ ଶ୍ରୀ ଦଣ୍ଡିଶ୍ଵର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ବେଗୁନିଆପତା ବ୍ଲକରେ ରଙ୍ଗତ୍ୱଳୀକୁ ନେଇ ପରିବାର ପ୍ରତିପୋଷଣ କରୁଥିବା କଳାକାର ଶ୍ରମିକଙ୍କ ଏକ ବୈଠକ ସଂଘ ରାଜ୍ୟ ସାଧାରଣ ସଂପାଦକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା କମିଟି ସଭାପତି ଦିଶାମ୍ବର ଜେନା, ଉପସଭାପତି ରବିନ୍ଦ୍ର ମାଝି, କମିଟି ସଦସ୍ୟ ଦିଲିପ ମହାରଣା, ପୂର୍ଣ୍ଣଚନ୍ଦ୍ର ମହାରଣା ଓ ଅତିଥି ଭାବରେ ପ୍ରକାଶ ଚନ୍ଦ୍ର ପାତ୍ର ଏବଂ ବ୍ଲକର ଶତାଦ୍ଧିକ କଳାକାର ବୈଠକରେ ଉପସ୍ଥିତ ଥିଲେ ।ସମସ୍ୟା ସମ୍ପର୍କରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା । ରଙ୍ଗତୁଳୀକୁ ନେଇ ଜୀବିକା ଅର୍ଜନ କରୁଥିବା କଳାକାରଙ୍କୁ ଶ୍ରମିକ ସୂଚୀରେ ସାମିଲ କରି ପରିଚୟ ପତ୍ର, ବର୍ଷ ସାରା କାମ ନାହିଁତ ବେକାରି ଭର୍ତ୍ତା, ସରକାରଙ୍କ ବିଭିନ୍ନ କାର‌୍ୟ୍ୟଳୟ ପକ୍ଷରୁ ହେଉଥିବା ବିଜ୍ଞାପନର ଦାୟୀତ୍ୱ ଲାଭ ଖୋର ଠିକାଦାର ବଦଳରେ ପ୍ରକୃତ ପେଣ୍ଟର କିମ୍ବା ସେମାନଙ୍କ ଟିମ ଦେବା, ସ୍ୱତନ୍ତ୍ର କଲ୍ୟାଣ ବୋର୍ଡ଼ ଗଠନ କରିବା, ସମସ୍ତ ଶ୍ରମିକକୁ ସାମାଜିକ ସୁରକ୍ଷା ଓ ନିରାପତ୍ତା ଉପକରଣ ଯୋଗାଇ ଦେବା ଆଦି ଦାବିକୁ ନେଇ ଆନ୍ଦୋଳନକୁ ଯୋର ଦାର କରିବା ପାଇଁ ସର୍ବ ସମ୍ମତ ନିଷ୍ପତି ନିଆଯାଇଥିଲା । ଏଥିରେ ବେଗୁନିଆପଡା ବ୍ଲକର ୧୨ ଜଣିଆ ଏକ ବ୍ଲକ କମିଟି ଗଠନ କରାଗଲା । ବ୍ଳକ କମିଟି ସଭାପତି ଭାବେ ପ୍ରମୋଦ କୁମାର ବେହେରା, ଉପସଭାପତି ନିଳାଞ୍ଚଳ ପାଢି, ସଂପାଦକ ସୁରେଶ ଗୌଡ, ସହ ସଂପାଦକ ସୁଦାମ ଗିରୀ, କୋଷାଧ୍ୟକ୍ଷ ଭାବରେ ଭାଗ୍ୟ ମଲିଙ୍କୁ ସର୍ବସମ୍ମତ ନିର୍ବାଚିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ