କୋଦଳାର ଦୁଇ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ

କୋଦଳା, (ଗୁଲସନ କୁମାର କର):ଗଞ୍ଜାମ ଜିଲ୍ଲା କୋଦଳା ସାମ୍ବାଦିକ ସଂଘର ସଭାପତି ଶ୍ରୀ ଭଗବାନ ପାଢ଼ୀ ଓ ସାମ୍ବାଦିକ ଶ୍ରୀ ସନ୍ତୋଷ କୁମାର ସେଠୀଙ୍କୁ ଥୀଙ୍କ ମାନବାଧିକାର ସଂଗଠନ ପକ୍ଷରୁ ଜାତୀୟ ସଭାପତି ଡ.ଗୋପାଲ କ୍ରିଷ୍ଣା ମିଶ୍ରଙ୍କ ତତ୍ୱାବଧାନରେ ଓଡିଶା ସଭାପତି ଦେବାଶିଷ ମହାରଣାଙ୍କ ନେତୃତ୍ୱରେ ଦୁଇ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରିଛନ୍ତି l ସଂଗଠନର ସଦସ୍ୟାମାନେ କୋଦଳା ଠାରେ ପହଞ୍ଚି ସ୍ଥାନୀୟ ତହସିଲ ପଡିଆ ଠାରେ ସମ୍ବର୍ଦ୍ଧନା କରି କରୋନା ଯୋଦ୍ଧାରେ ସମ୍ମାନିତ କରିଥିଲେ l ଏବଂ ସଂଗଠନର ସେକ୍ରେଟାରୀ ସୌଦାମିନୀ ଚୌଧୁରୀ, ଓଡିଶା ପ୍ରଭାରୀ ଭୋଳା କୁମାର ଚୌଧୁରୀ, ଗଞ୍ଜାମ ଜିଲ୍ଲା ସଭାପତି ଝୁନା ନାୟକ, କାର୍ଯ୍ୟକର୍ତ୍ତା ସୁମନ ନାୟକ, ହରିହର ଖଟେଇ, ରାଜେଶ ପରିଡା, ପ୍ରତିଭା ନାୟକ ଓ ଅନ୍ୟ ସଦସ୍ୟାମାନେ ଫୋନ ଯୋଗେ ଧନ୍ୟବାଦ ଦେବା ସହ ଶୁଭେଚ୍ଛା ଜଣାଇଥିଲେ l ଏହି କରୋନା ସମୟରେ ମଣିଷଙ୍କ ମଧ୍ୟରେ ଭୟ ଉପୁଜିଥିବା ବେଳେ ସାମ୍ବାଦିକ ଦ୍ବୟ ନିଜ ଜୀବନକୁ ବାଜି ଲଗାଇ କରୋନା ରୋଗରେ ମୃତ ପୋଲିସ ଏଏସଆଇ ରବୀନ୍ଦ୍ରନାଥ ବେହେରାଙ୍କ ମର ଶରୀରକୁ କଫିନରେ ରଖିବା ସହ କାନ୍ଧଦେଇ ମଣିଷ ପଣିଆ ଦେଖାଇଥିଲେ ବୋଲି ସଭାପତି ଦେବାଶିଷ ମହାରଣା କହିଛନ୍ତି l କୌଣସି ପ୍ରଶାସନିକ ଅଧିକାରୀ ଶବକୁ ନ ଛୁଇଁବା ସହ ମୃତ ଶରୀରକୁ ବାରଣ କରିଥିଲେ l ଦୀର୍ଘ ୧୨ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଏଏସଆଇଙ୍କ ଶବ ବାହାରେ ପଡିରହିଥିଲା l ଶେଷରେ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଗଞ୍ଜାମ ଏସିପି ବ୍ରିଜେଶ ରାୟ ପହଞ୍ଚିଥିଲେ l ତେଣୁ ସାମ୍ବାଦିକମାନେ କରୋନା ଯୋଦ୍ଧାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରି ଶବକୁ କାନ୍ଧ ଦେଇ ଓଡ଼ିଶାରେ ଚର୍ଚ୍ଚାକୁ ଆସିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ