କାଜଲ ସ୍ୱାଇଁ ବୁଗୁଡା ବ୍ଲକ ଟପର

ବୁଗୁଡା, (ଅନିଲ କୁମାର ମହାରଣା):ଆଜି ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଫଳ ପ୍ରକାଶ ପାଇଛି। ବାଲିପଦର ଶ୍ରୀ ରଘୁନାଥ ସ୍ୱାମୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ କାଜଲ ସ୍ୱାଇଁ ବୁଗୁଡା ବ୍ଲକ ଟପର ହୋଇଥିବା ଜଣାପଡିଛି। ନିଜ ପ୍ରତିକ୍ରିୟା ପ୍ରକାଶ କରି କାଜଲ କହିଛନ୍ତି ଯେ ପି.ସନ୍ତୋଷ ରାଓ ଦୋରା ସାରଙ୍କ ତତ୍ତ୍ୱାବଧାନରେ କଠିନ ପରିଶ୍ରମ ଯୋଗୁଁ ଏବଂ ବାପା,ମାଆ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଆଶୀର୍ବାଦ ଯୋଗୁଁ ଦଶମ ବୋର୍ଡ଼ ପରୀକ୍ଷାରେ ୯୪ ପ୍ରତିଶତ ମାର୍କ ରଖି ବୁଗୁଡା ବ୍ଲକ ଟପର ହେବାର ଗୌରବ ଲାଭ କରିପାରିଛି। ଭବିଷ୍ୟତରେ ଡାକ୍ତରୀ ପାଠ ପଢିବା ପାଇଁ ନିଜର ଇଛା ଥିବା କାଜଲ ପ୍ରକାଶ କରିଛନ୍ତି। କାଜଲଙ୍କ ନିଜ ଗ୍ରାମ ବୁଗୁଡା ବ୍ଲକର କୁଞ୍ଜବନ ଗ୍ରାମ ହୋଇଥିବା ବେଳେ ବାପା କିଶୋର ଚନ୍ଦ୍ର ସ୍ଵାଇଁ ଓ ମାତା ଗୀତାଞ୍ଜଳୀ ସ୍ଵାଇଁ ନିଜ ଝିଅ କାଜଲଙ୍କ ପାଠ ପଢିବା ଆଗ୍ରହ ଦେଖି ବାଲିପଦରରେ ଭଡା ଘରେ ରହି ବାଲିପଦର ବାଳିକା ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରାଇବା ସହ ଝିଅର ଫଳାଫଳରେ ଆନନ୍ଦ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ