କୋଦଳା ଏନଏସି ରେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ

କୋଦଳା, (ଗୁଲସନ କୁମାର କର):ଗଞ୍ଜାମ ଜିଲ୍ଲା କୋଦଳା ଏନ ଏ ସି ପରିସରରେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସମୟରେ ଖାଦ୍ୟସାର ଅଭାବରୁ ଗରୀବ ଶ୍ରେଣୀର ଟିବି ରୋଗୀ ମାନେ ସମସ୍ୟାରେ ପଡୁଥିବାରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ଅକଟୋବର ମାସରେ ଟିବି ରୋଗୀ ମାନଙ୍କୁ ଏହି ସୁଷମ ଖାଦ୍ୟ ବଣ୍ଟନ ଯୋଜନା ଆରମ୍ଭ କରିଥିଲେ | ଏହି ପରିପ୍ରେକ୍ଷୀରେ ବେଗୁନିଆପଡା ବ୍ଲକ ଓ କୋଦଳା ଏନଏସି ଅଞ୍ଚଳର ପଚାଶ ଜଣ ଟିବି ରୋଗୀଙ୍କୁ କୋଦଳା ଏନ ଏ ସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ନିଜସ୍ୱ ଅର୍ଥରେ ଭିଟାମିନ ଯୁକ୍ତ ଖାଦ୍ୟ ବଣ୍ଟନ କରିଥିଲେ |ପ୍ରଧାନମନ୍ତ୍ରୀ ଙ୍କ ଯକ୍ଷ୍ମା ମୁକ୍ତ ଭାରତ କରିବା ଦୌଡ଼ରେ ଆମେ ଏକ ଛୋଟିଆ ପ୍ରୟାସ କରିଛୁ ବୋଲି କହିଛନ୍ତି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ।ଏହି କାର୍ଯ୍ୟକ୍ରମରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏସଟିଏସ ଗୀତାରାଣୀ ପାଢ଼ୀ ଉପସ୍ଥିତ ରହି ଟିବି ରୋଗୀ ମାନଙ୍କୁ ସଚେତନ କରାଇବା ସହ ଯେପରି ଆଗାମୀ ଦିନରେ ସାରା କୋଦଳା ଏନ ଏ ସି ଏବଂ ବେଗୁନିଆପଡା ଅଞ୍ଚଳ କିପରି ସମ୍ପୂର୍ଣ ଟିବି ମୁକ୍ତ ହେବ ସେ ନେଇ ନିଜର ମତ ରଖିଥିଲେ |ଟିବି ମୁକ୍ତ ଭାରତ ଗଠନରେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଏହି କାର୍ଯ୍ୟକ୍ରମ କୁ ଆଧାର କରି ଦେଶ କୁ ଟିବି ମୁକ୍ତ କରିବା ପାଇଁ ଏହି ପ୍ରୟାସରେ ସମସ୍ତ ରୋଗୀ ମାନଙ୍କୁ ସୁଷମ ଖାଦ୍ୟ ବଣ୍ଟନ ସହ ସମସ୍ତେ ନିରୋଗୀ ରୁହନ୍ତୁ ବୋଲି କହିଥିଲେ କାଉନଶିଳର ମଧୁସୂଦଳ ଜେନା। ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ କୋଦଳା ଏନଏସି ର ସମସ୍ତ କାଉନସିଲର ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ