ବୁଗୁଡା ବ୍ଲକରେ ପ୍ରଥମ ଧାନ ମଣ୍ଡି ଉଦଘାଟିତ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର ଏ.କରଡ଼ାବାଡ଼ି ସେବା ସମବାୟ ସମିତିରେ ବ୍ଲକର ପ୍ରଥମ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ଧାନ ମଣ୍ଡିକୁ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ବୁଗୁଡା ବିଡ଼ିଓ ବାସୁଦେବ ନାୟକ,ଏବଂ ସମ୍ନାନିତ ଅତିଥି ଭାବେ ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଏନଏସି ଉପାଧ୍ୟକ୍ଷଙ୍କ ପ୍ରତିନିଧି ସୁଧାଂଶୁ ଶେଖର ପାଢ଼ୀ, ଏ.କରଡ଼ାବାଡ଼ି ସୋସାଇଟି ସଭାନେତ୍ରୀ ଭାଗ୍ୟବତୀ ଗୌଡ଼ଙ୍କ ସମେତ ଅନ୍ୟ ସମସ୍ତ ସୋସାଇଟି ସଭାପତି ବୃନ୍ଦ, ଅରଖପୁର, ବାଲିପଦର, ପଚାଲୁଣ୍ଡି ଓ ଏ.କରଡ଼ାବାଡ଼ି ସରପଞ୍ଚ ଓ ପ୍ରତିନିଧି ଯୋଗଦେଇଥିଲେ। ତହସିଲଦାର ଓ ବିଡ଼ିଓ ଧାନ ମଣ୍ଡର ଉପକାରିତ ବିଷୟରେ ବକ୍ତବ୍ୟ ରଖିଥିଲେ। ପ୍ରାୟ ତିନି ଶହ ଚାଷୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଧାନ ଅମଳ ପୂର୍ବରୁ ଧାନ ମଣ୍ଡି ଖୋଲିବା ଦ୍ୱରା ଧାନର ଅଭାବି ବିକ୍ରି ବନ୍ଦ ହୋଇପାରିବ ବୋଲି ଆଶା କରାଯାଉଛି। ଏହି ସେବା ସମବାୟ ସମିତି ରେ ଥିବା ୭ ଖଣ୍ଡ ଗ୍ରାମର ୩୮୮ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜିକରଣ କରିଥିବା ବେଳେ ଚଳିତ ବର୍ଷ ପ୍ରାୟ ଦଶହଜାର କୁଇଣ୍ତାଲ ଧାନ କ୍ରୟ କରିବା ଲକ୍ଷ ଧାର୍ଯ୍ୟ ହୋଇଛି। ମଣ୍ଡିରେ ଚଳିତ ବର୍ଷ ସରକାରୀ ନିୟମ ପ୍ରକାରେ ଏ ଗ୍ରେଡ୍ ଧାନ କୁଇଣ୍ଟାଲ ପିଛା ୨୦୬୦ ଟଙ୍କା ଓ ସାଧାରଣ ଧାନ ୨୦୪୦ ଟଙ୍କାରେ ଚାଷୀଙ୍କ ଠାରୁ କ୍ରୟ କରାଯିବ। ସମ୍ପାଦକ ଚିତ୍ରସେନ ସେଠୀ ସଂଯୋଜନା କରିଥିବା ବେଳେ ସମସ୍ତ ସୋସାଇଟି ସମ୍ପାଦକ ବୃନ୍ଦ ଯୋଗଦେଇ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ