କୋଦଳା ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ

କୋଦଳା, (ଗୁଲସନ କୁମାର କର):ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ରେଞ୍ଜର ବଙ୍ଗଳା ସାହିରେ ଶୁକ୍ରବାର ଭୋରୁ କୋଦଳା ପୋଲିସ ଓ ଖଲ୍ଲିକୋଟ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚାଡାଉ କରା ଯାଇଛି। ଏହି ସମୟରେ ତିନି ଜଣ ମହିଳା ଓ ଦୁଇ ଜଣ ପୁରୁଷ ଙ୍କୁ ଗିରଫ କରାଯିବା ସହ ୨୦୦ ଲିଟର ଚୋରା ମଦ ଜବତ କରାଯାଇଛି ! ଗିରଫ ଅଭିଯୁକ୍ତ ମାନଙ୍କୁ ଖଲ୍ଲିକୋଟ ଅବକାରୀ ବିଭାଗ ରେ ଦୁଇ ଟି ମାମଲା ରୁଜୁ କରାଯାଇ ଥିବା ବେଳେ କୋଦଳା ଥାନାରେ କେଶ ନମ୍ବର ୧୦୦,୧୦୧,୧୦୨/୨୦୨୩ ରେ ମାମଲା ରୁଜୁ କରାଯାଇ କୋର୍ଟ ଚଲାଣ କରାଯିବା ନେଇ ସୂଚନା ମିଳିଛି ! ଏହି ଚଢ଼ାଉ ରେ କୋଦଳା ତହସିଲଦାର ଥାନା ଅଧିକାରୀ ଉମାକାନ୍ତ ସାହୁ, ଖଲ୍ଲିକୋଟ ଅବକାରୀ ଓଆଇସି ଜି. ରାମେଶ୍ୱର ଙ୍କ ସମେତ ଅବକାରୀ ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ