କୋଦଳା ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳନ

କୋଦଳା, (ଗୁଲସନ୍ କୁମାର କର) :ଗଞ୍ଜାମ ଜିଲ୍ଲା କୋଦଳା ଏନ ଏସି ଦଣ୍ଡିଶ୍ୱର ମନ୍ଦିର ପ୍ରାଙ୍ଗଣରେ ରେ ଆଜି ପ୍ରବାଦ ପୁରୁଷ ବିଜୁଜନ୍ମ ଜୟନ୍ତୀ ବହୁ ଆଡମ୍ବର ସହ ପାଳନ କରାଯାଇଛି । ପ୍ରଥମେ କୋଦଳା କଲ୍ୟାଣ ମଣ୍ଡପ ନିକଟରୁ ସହ ସହ ମହିଳା ଓ ପୁରୁଷ ଏକ ରାଲି କରି କୋଦଳା ବସଷ୍ଟାଣ୍ଡ ଦେଇ ଦଣ୍ଡିସ୍ୱର ମନ୍ଦିର ନିକଟରେ ପହଞ୍ଚି ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ସେଇଠାରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ସମାରୋହ ରେ ଯୋଗଦେଇ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିଜୁ ଜନତା ଦଳ ର ସଫଳ ଯାତ୍ରା ସମ୍ପର୍କ ରେ ଆଲୋଚନା କରିଥିଲେ । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓଡିଶା ର ଅତିତ ଗୌରବକୁ ଫେରାଇ ଆଣିବା ଓ ଓଡିଶାକୁ ବିକାଶ ର ଶିଖର ରେ ପହିଁଚାଈବା ଥିଲା ବିଜୁ ବାବୁଙ୍କ ଜୀବନ ର ଲକ୍ଷ | ଏହି ଅବସରରେ କୋଦଳା ଅଞ୍ଚଳର ଲୋକ ମାନଙ୍କୁ ଆଗାମୀ ପୌର ପରିଷଦ ନିର୍ବାଚନ ରେ କୋଦଳା ରେ କିଭଳି ବିଜେଡି ବହୁମାତ୍ରା ରେ ବିଜେଡି ଜିତିବ ସେ ନେଇ ଲୋକମାନଙ୍କୁ କହିଥିଲେ । ଏଇ କାର୍ଯ୍ୟକ୍ରମ ରେ କୋଦଳା ବିଜେଡି ନଗର ସଭାପତି ସଂଜୀବ କୁମାର ସାହୁ , ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ସାହୁ, ଯୁବ ସଭାପତି ସୁଦାମ ମହାନ୍ତି ,ଛାତ୍ର ସଭାପତି ଲିପୁ ପାଣ୍ଡୀ, ବିଜେଡି କର୍ମୀ ବୁଲୁ ନନ୍ଦ, ସମାଜ ସେବି ଚିତ୍ରସେନ ପରିଡା,ବରିଷ୍ଠ ଆଇନ ଯିବି ତାରିଣିଚରଣ ପଟ୍ଟନାୟକ ଙ୍କ ସମେତ ବହୁ ବିଜେଡି କର୍ମକର୍ତ୍ତା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ