କୋଭିଡ୍ କଟକଣାରେ ପାରଳାରେ ମାଁ ଦୁର୍ଗାଙ୍କ ଭସାଣୀ ସମାପନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳା ସହରର ବିଭିନ୍ନ ସ୍ଥାନରେ ମାଁ ଦୁର୍ଗାଙ୍କ ମୁର୍ତ୍ତିକୁ କୋଭିଡ୍ କଟକଣା ଭିତରେ ଭସାଣୀ କରାଯାଇଛି । ଏହି ମୁର୍ତ୍ତି ଗୁଡିକୁ ଲଗାଣ ବର୍ଷା ସତ୍ୱେ ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରାଯାଇ ମଣ୍ଡପମାନଙ୍କରୁ ନିଆଯାଇଥିଲା । ଏହି ଅବସରରେ ସହରର ପୁରାତନ ମଣ୍ଡପ ଖଞ୍ଜାସାହି ଟ୍ରେଜେରି ରୋଡ ଦୁର୍ଗା ମେଢରୁ ମାଁ ଦୁର୍ଗାଙ୍କୁ ବନ୍ଦାପନା କରି ମହେନ୍ଦ୍ରତନୟା ନଦୀରେ ଭସାଣୀ କରାଯାଇଥିଲା । କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ ଏହି ଭସାଣ ଉତ୍ସବ ପାଲନ ହୋଇଥିଲା । ସେହିପରି ଭାବେ ସହରର ବଡ ବ୍ରାହ୍ମଣ ସାହି, ରାଜଗୁରୁ ସାହି, କଟିକିୟା ସାହ ,ଗାନ୍ଧି ଛକ, ଗୁଣ୍ଡିଚା ପଡିଆ, ଜନସ୍ୱାସ୍ଥ୍ୟ ବିଭାଗ, ପାୱାର ହାଉସ୍ ଆଦି ସମସ୍ତ ଅଞ୍ଚଳରେ ପୁଜା ପାଉଥିବା ମାଁ ଦୁର୍ଗାଙ୍କ ଭସାଣୀ କାର୍ଯ୍ୟକ୍ରମ ଆଜି ସୃଙ୍ଖଳା ଭାବେ ସମାପନ ହୋଇଛି ।


