ଗଜପତିରେ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମଦିବସ ପାଳିତ
ପାରଳାଖେମୁଣ୍ଡି, ୧୬ା୧୦(ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାରେ ବିଜୁ ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ଗଜପତି ଜିଲ୍ଲ୍ ବିଜେଡିର ଯୁବ ସଭାପତି ଏସ୍ ଲିଙ୍ଗରାଜଙ୍କ ନେତୃତ୍ୱରେ ଗୋଷାଣୀ ବ୍ଲକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସ ପାଳନ ଅବସରରେ ଏକ କେକ୍ କଟାଯାଇ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରାଯାଇଥିଲା । ଏଥିସହ ଗୋଷାଣୀ ବ୍ଲକରେ ବିଜେଡିର ଯୁବ ସଂଗଠନ ଦ୍ୱାରା ବିଭିନ୍ନ ସାମାଜିକ ସେବା କାର୍ଯ୍ୟକ୍ରମ ସହ ଗରିବ ଲୋକମାନଙ୍କୁ ଖାଦ୍ୟ ଦ୍ରବ୍ୟ ପ୍ରଦାନ କରାଯାଇଥିଲା । ସେହିପରି ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଠାରେ ଓଡିଶା ମୋ ପରିବାର ତରଫରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଶିବିରକୁ ଉଦ୍ଘାଟନ କରିଥିଲେ । ଓଡିଶା ମୋ ପରିବାର ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମର ଗଜପତି ଜିଲ୍ଲାର ମୁଖ୍ୟ ଇନ୍ଦୀରା ପଟ୍ଟନାୟକଙ୍କ ପରିଚାଳନାରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୪୦ଜଣ ସ୍ୱେଚ୍ଛାସେବୀ ୪୦ୟୁନିଟ୍ ରକ୍ତ ଦାନ କରିଛନ୍ତି । ଏହି ଶିବିରରେ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ସମେତ ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟମୀ ଗମାଙ୍ଗ, ଲକ୍ଷ୍ମୀକାନ୍ତ ପରିଚ୍ଛା, ମାରୁତ ପାଳ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ପୂର୍ଣ୍ଣବାସୀ ଦେବୀ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ।


