ବିଦେଶୀ ମଦ ଭର୍ତ୍ତି ମ୍ୟାକ୍ସ ପିକଅପ ଭ୍ୟାନ ଓଲଟିଲା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ରାୟଗଡ ଜିଲ୍ଲାରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ଏକ ବିଦେଶୀମଦ ବୋତଲ ଭର୍ତ୍ତି ମ୍ୟାକ୍ସ ପିକଅପ ଭ୍ୟାନ କାଶୀନଗର ବ୍ଲକ ଅନ୍ତର୍ଗତ ଶିଆଳୀ ପଞ୍ଚାୟତ ଅନ୍ତର୍ଗତ କରଣୀଭଦ୍ରା ନିକଟରେ ଓଲଟି ପଡିଥିବାର ଦେଖିବାକୁ ମିଳିଛି । ଏହି ମ୍ୟାକ୍ସ ପିକଅପ ଭ୍ୟାନ ନଂ ଓଆର୍ ୧୮ବି ୩୬୦୯ ବୋଲି ଜଣାପଡିଛି । ଏଥିରେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ସ୍ଥାନୀୟ ଅବକାରୀ ବିଭାଗ ଓ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଗାଡିକୁ ଜବତ କରିବା ସହ ଅନୁସନ୍ଧାନ ଜାରୀ ରଖିଛନ୍ତି ।


