କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ୫ ଟି ସଚିବ ଓ ଉନ୍ନୟନ କମିଶନର
ନୟାଗଡ : କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ଏନେଇ ରାଜ୍ୟର ସବୁ ଜିଲାରେ କୋଭିଡ଼ ହସ୍ପିଟାଲ ନିର୍ମାଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ତେଣୁ ସବୁ ଜିଲ୍ଲାରେ ଏହି କୋଭିଡ଼ ହସ୍ପିଟାଲର ନିର୍ମାଣ କାର୍ୟ୍ୟ ସଠିକ ଭାବେ ହେଉଛିକି ନାହିଁ ତାହା ତଦାରଖ କରୁଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ । ଆଜି ଏହି ପରିପ୍ରେକ୍ଷୀରେ ନୟାଗଡ଼ ଗସ୍ତରେ ଯାଇଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ ଓ ଉନ୍ନୟନ କମିସନର ସୁରେଶ ମହାପାତ୍ର ।
ନୟାଗଡ଼ ଜିଲ୍ଲା ଚାନ୍ଦପୁର ବସନ୍ତମଝରୀ ସ୍ୱାସ୍ଥ୍ୟ ନିବାସରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ ପରିଦର୍ଶନ କରିଛନ୍ତି ୫ ଟି ସବଚି ଓ ଉନ୍ନୟନ କମିଶନର । ଏଥି ସହିତ ସେହିସ୍ଥାନରେ ଜିଲ୍ଲାପାଳ ପୋମା ଟୁଡୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସ୍ଵତ ମହାପାତ୍ର, ଚାନ୍ଦପୁର କୋବିଡ୍ ହସ୍ପିଟାଲର ମୁଖ୍ୟ ଚିକତ୍ସାଧିକାରୀ ବି. ସୁରିୟା ରାଓ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ବୁଧବାର ସକାଳେ ଗଞ୍ଜାମ ଜିଲାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗଞ୍ଜାମରେ ବର୍ତ୍ତମାନ ସୁଦ୍ଧା ୪ ଆକ୍ରାନ୍ତ ଚିହ୍ନଟ ହେଲେଣି। ଏମାନେ ସମସ୍ତେ ପ୍ରବାସୀ ଓଡ଼ିଆ ଶ୍ରମିକ ଏବଂ ନିକଟରେ ସୁରତରୁ ଫେରିଥିଲେ।


