କୋଭିଡ଼ ମୁକାବିଲା ଦାୟିତ୍ୱ ତୁଲାଇଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରନ୍ତୁ ରାଜ୍ୟ ସରକାର : ଫରୱାର୍ଡ଼ ବ୍ଲକ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ରାଜ୍ୟରେ ମହାମାରୀ କରୋନାର ମୁକାବିଲା କରିବା ଦିଗରେ ସିସିଏଚ୍ ସ୍ୱାସ୍ଥ୍ୟକର୍ମୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯେଉଁମାନଙ୍କ କର୍ତ୍ତବ୍ୟନୀଷ୍ଠ ସେବା ଫଳରେ ରାଜ୍ୟରେ କୋଭିଡ଼କୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସଫଳ ହୋଇପାରିଲେ । ବିଶ୍ୱ ଦରବାରରେ ପ୍ରଶଂସିତ ମଧ୍ୟ ହେଲେ । ଏହାର ପ୍ରତିବଦଳରେ ରାଜ୍ୟ ସରକାର ସେମାନଙ୍କୁ କରୋନା ଯୋଦ୍ଧାର ସମ୍ମାନ ଦେଇ ସେମାନଙ୍କୁ ରୋଗୀସେବା ପାଇଁ ଉତ୍ସାହିତ କରିଥିଲେ । ରାଜ୍ୟରେ କୋଭିଡ଼ର ପାର୍ଦୁଭାବ କମିବା କ୍ଷଣି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କୁ ପ୍ରଦାନ କରାଯାଇଥିବା ନିଯୁକ୍ତିରୁ ଛଟେଇ ଆରମ୍ଭ କରିଛନ୍ତି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ବୋଲି ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ପକ୍ଷରୁ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ପ୍ରକାଶ କରିଛନ୍ତି । ଯେଉଁମାନଙ୍କ କର୍ତ୍ତବ୍ୟନୀଷ୍ଠ ସେବା ଫଳରେ ରାଜ୍ୟବାସୀ କରୋନା ଦାଉରୁ ରକ୍ଷା ପାଇଲେ, ସେହି ସ୍ୱାସ୍ଥ୍ୟକର୍ମୀମାନେ ଗତ କାଲିଠାରୁ ସେମାନଙ୍କର ଦାବୀ ନେଇ ଭୁବନେଶ୍ୱର ରାଜରାସ୍ତାରେ ଅହୋରାତ୍ର ଧାରଣାରେ ବସି ରହିଛନ୍ତି । ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ସେମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ଦାବୀ ସପକ୍ଷରେ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ହଜାର ହଜାର ସ୍ୱାସ୍ଥ୍ୟକର୍ମୀ, ଫାର୍ମାସିଷ୍ଟ ପଦବୀ ଖାଲି ପଡ଼ିଥିବା ବେଳେ ବିପଦ ସମୟରେ ନିଷ୍ଠାର ସହ ଦାୟିତ୍ୱ ତୁଲାଇଥିବା ଏହି ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସେହି ପଦବୀଗୁଡ଼ିକରେ ପୁନଃ ନିଯୁକ୍ତି ପ୍ରଦାନ କରିବା ପାଇଁ ଫରୱାର୍ଡ଼ ବ୍ଲକ ପକ୍ଷରୁ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ