କୋରିଆନ ଝିଅଙ୍କ ସୁନ୍ଦର ତ୍ବଚାର ରହସ୍ୟ

ଦାଗଶୂନ୍ୟ, ଚମକପୂର୍ଣ୍ଣ ଚର୍ମ ପାଇଁ ସାରା ବିଶ୍ବରେ କୋରିଆନା ମହିଳାଙ୍କ ଅଲଗା ଏକ ପରିଚୟ ରହିଛି। ଏଠାରେ କୋରିଆନା ମହିଳାଙ୍କ କେତେକ ବିଉଟୀ ସିକ୍ରେଟ୍‌ ସମ୍ପର୍କରେ ସୂଚନା ଦିଆଯାଇଛି, ଯାହାକୁ ଅନୁସରଣ କରି ଆପଣ ମଧ୍ୟ ସେମାନଙ୍କ ଭଳି ସୁନ୍ଦର ଓ ଫ୍ଲୋଲେସ୍‌ ତ୍ବଚାର ଅଧିକାରୀ ହୋଇପାରିବେ। ଚାଲନ୍ତୁ ଜାଣିବା ନିଜ ସୌନ୍ଦର୍ଯ୍ୟକୁ କୋରିଆନା ମହିଳାମାନେ କିଭଳି ମେଣ୍ଟେନ୍‌ କରିଥାନ୍ତି।
ହଟ୍‌ ଟାୱେଲ୍‌ ମସାଜ : କୋରିଆନା ମହିଳାମାନେ ନିୟମିତ ଭାବେ ହଟ୍‌ ଟାୱେଲ ମସାଜ କରିଥାନ୍ତି। ଯାହାଫଳରେ ସେମାନଙ୍କ ତ୍ବଚାରେ ବ୍ଲଡ୍‌ ସର୍କୁଲେସନ୍‌ ବଢ଼ିଥାଏ ଓ ସେମାନଙ୍କ ଚର୍ମ ଗ୍ଲୋ କରିଥାଏ।
ପିମ୍ପଲ୍ସ ପାଇଁ ଶେଭିଙ୍ଗ ଫୋମ୍‌ : ଯଦି ଚେହେରାରେ ବ୍ରଣ ହୁଏ, ତେବେ କୋରିଆନା ମହିଳାମାନେ ମେନ୍ସ ଶେଭିଙ୍ଗ ଫୋମ୍‌ ଲଗାଇଥାନ୍ତି। ଏହାକୁ ୫ରୁ ୧୦ ମିନିଟ୍‌ ଚେହେରାରେ ଲଗାଇ ରଖି ପାଣିରେ ମୁହଁ ଧୋଇଥାନ୍ତି।
ଲୁଣ ପାଣିରେ ମୁହ ଧୁଅନ୍ତି : ଚେହେରା ଧୋଇବା ଲାଗି କୋରିଆର ମହିଳାମାନେ ଲୁଣ ପାଣି ବ୍ୟବହାର କରନ୍ତି। ଏହାଫଳରେ ତ୍ବଚାରେ ନୂଆ ସେଲ୍ସ ସୃଷ୍ଟି ହୋଇଥାଏ ଓ ଚେହେରା ଗ୍ଲୋ କରିଥାଏ। ଯଦି ବ୍ରଣ ବାହାରିଛି ତେବେ ଲୁଣ ପାଣି ବ୍ୟବହାର କରନ୍ତୁନି।
ଡବଲ୍‌ କ୍ଲିଞ୍ଜିଙ୍ଗ : ଦିନରେ ଅତିକମ୍‌ରେ ଦୁଇଥର କ୍ଲିଞ୍ଜିଂ କରିବା ମଧ୍ୟ ସେମାନଙ୍କ ନିୟମିତ ରୁଟିନ୍‌ରେ ସାମିଲ୍‌ ରହିଛି। ଏହାଦ୍ବାରା କେବଳ ତ୍ବଚାରେ ଥିବା ମଇଳା, ଧୁଳି ମାଟି ବାହାରି ଯାଏ। ବରଂ ଏହା ଦ୍ବାରା ତ୍ବଚାର ଡେଡ୍‌ ସ୍କିନ୍‌ ବାହାରିଯାଏ।
ସ୍ନେଲ ସ୍ଲାଇମ୍‌ ଥେରାପି : ସ୍ନେଲ ସ୍ଲାଇମ୍‌ ଥେରାପି ଦ୍ବାରା ରକ୍ତ ପ୍ରବାହ ଦ୍ରୁତ ବେଗରେ ହୋଇଥାଏ। ଏଥିସହିତ ଅପରିଷ୍କାର ରକ୍ତ ମଧ୍ୟ ବାହାରିଯାଏ। ଯାହାଫଳରେ ତ୍ବଚାର ଗ୍ଲୋ ବଢ଼ିଥାଏ। ଏହାଫଳରେ ବ୍ରଣ, ରିଙ୍କଲ୍ସ ସମସ୍ୟା ଦୂର ହୋଇଯାଏ।
କେମିକାଲ ଫ୍ରି ପ୍ରଡକ୍ଟର ବ୍ୟବହାର : କୋରିଆନା ମହିଳାମାନେ ଯେଉଁ ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତି, ତାହା ଆଲକୋହଲ ଓ ଷ୍ଟ୍ରଙ୍ଗ କେମିକାଲ ଫ୍ରି ହୋଇଥାଏ।
ଖାସ୍‌ ଫେସିଆଲ ମନ୍ତ୍ର : ମସାଜ କରିବା ସମୟରେ ସେମାନେ ‘ମା ମେ ମି ମୋ ମୁ’ ମନ୍ତ୍ର ୧୦ ଥର କହିଥାନ୍ତି ଓ ଲମ୍ବା ନିଶ୍ବାସ ନେଇଥାନ୍ତି। ଏହାଫଳରେ ଫେସର ମସଲ୍ସ ଉପରେ ଚାପ ପଡ଼ିଥାଏ ଓ ଚେହେରା ଟାଇଟ୍‌ ହୋଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ