ହେଆରଷ୍ଟାଇଲ୍‌ ଲାଗି ଝଡ଼ିପାରେ କେଶ

ମହିଳାମାନେ ନିଜ ସୌନ୍ଦର୍ଯ୍ୟକୁ ନେଇ ବେଶ୍‌ ସଜାଗ ରହିଥାନ୍ତି। ଏଥିପାଇଁ ଅନେକ ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି। ମହିଳାଙ୍କ ସୁନ୍ଦର କେଶ ତାଙ୍କ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ। ତେଣୁ ସେମାନେ କେଶର ବିଶେଷ ଯତ୍ନ ନେଇଥାନ୍ତି। ତେବେ ଏବେ କେଶ ଝଡ଼ିବା ଏକ ସାଧାରଣ କଥା ପାଲଟିଯାଇଛି। ତେଣୁ ଏଥରୁ ମୁକ୍ତି ପାଇବା ଲାଗି ମହିଳାମାନେ ଅନେକ ଗୁଡ଼ିଏ ଉପାୟ ଅବଲମ୍ବନ କରିଥାନ୍ତି। ତେବେ ଆପଣଙ୍କ ହେଆରଷ୍ଟାଇଲ୍‌ ମଧ୍ୟ କେଶ ଝଡ଼ିବାର ଏକ ବଡ଼ କାରଣ ହୋଇପାରେ।
କେଶକୁ ଟାଇଟ୍‌ରେ ବାନ୍ଧିବା : ସାଧାରଣତଃ ଦେଖାଯାଏ ଯେ ମହିଳାଙ୍କ କେଶ ଝଡ଼ିବା ପଛରେ ସବୁଠାରୁ ବଡ଼ କାରଣ କେଶକୁ ଟାଇଟ୍‌ କରି ବାନ୍ଧିବା। ଏହାଫଳରେ କେଶ ଛିଣ୍ଡିବାରେ ଲାଗିଥାଏ।
କେଶରେ ପୋନିଟେଲ୍‌ କରିବା : ମହିଳାମାନେ ଅନେକ ସମୟରେ କେଶକୁ ବହୁତ ଉପରକୁ ନେଇ କେଶ ବାନ୍ଧି ଥାନ୍ତି ଓ ପୋନିଟେଲ୍‌ କରନ୍ତି। ଏପରି କରିବା ଦ୍ବାରା କେଶ ଛିଣ୍ଡିବାରେ ଲାଗେ। ପୋନିଟେଲ କରିବା ଫଳରେ କେଶ ଭିଡ଼ି ହେବାରେ ଲାଗିଥାଏ। ଏଥିଯୋଗୁ କେଶ ଝଡ଼ିଥାଏ।
ରାସାୟନିକ ପଦାର୍ଥ ମଧ୍ୟ ଦାୟୀ : ହେଆରଷ୍ଟାଇଲ୍‌ କେଶ ଝଡ଼ିବା ଓ ଛିଣ୍ଡିବାର କାରଣ ହୋଇପାରେ। ଏହାବ୍ୟତୀତ କେଶରେ ଡାଇ, ବ୍ଲିଚ୍‌, ଷ୍ଟ୍ରେଟନର୍ସ କିମ୍ବା ପରମାନେଣ୍ଟ ୱେଭ୍‌ ସଲ୍ୟୁସନ୍‌ ବ୍ୟବହାର କରିବା ଫଳରେ ମଧ୍ୟ କେଶ ଝଡ଼ିବା ଆରମ୍ଭ ହୋଇଥାଏ। ଏଥିରେ ଥିବା କେମିକାଲ୍‌ କେଶ ଝଡ଼ିବାର କାରଣ ପାଲଟିଥାଏ।
ହେଆର ଡ୍ରାଏର ବି ଦାୟୀ : ମହିଳାମାନେ ଗାଧୋଇବା ପରେ ସାଧାରଣତଃ ନିଜ କେଶକୁ ଶୁଖାଇବା ପାଇଁ ହେଆର ଡ୍ରାଏର ବ୍ୟବହାର କରିଥାନ୍ତି। ଏହାକୁ କେଶ ଶୁଖାଇବା ଓ ହେଆରଷ୍ଟାଇଲ୍‌ କରିବାର ଏକ ସହଜ ଉପାୟ ବୋଲି କୁହାଯାଏ। ଅନେକ ଗବେଷଣାରେ କୁହାଯାଇଛି ଯେ ପ୍ରତ୍ୟେକ ଦିନ ଏହାକୁ କେଶରେ ବ୍ୟବହାର କରିବା କେଶ ପାଇଁ ଖରାପ ଓ କେଶ ଝଡ଼ିବାର କାରଣ ହୋଇପାରେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ