କ୍ରାନ୍ତି ତରଫରୁ ସ୍ତନ କର୍କଟ ରୋଗର ସଚେତନତା ସହ କର୍କଟ ମୁକ୍ତ ଭାରତ ପାଇଁ ପ୍ରୟାସ

ବ୍ରହ୍ମପୁର, (ଓ୍ବାଇଏନ୍ଏସ୍) : ବ୍ରହ୍ମା ନଗରସ୍ଥିତ କ୍ରାନ୍ତି ଅନୁଷ୍ଠାନ ଓ ସରକାରୀ ଆଟିଆଇର ମିଳିତ ସହଯୋଗରେ ଆଇଆଇ ପରିସରରେ ସ୍ତନ କର୍କଟ ରୋଗର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ସମୟରେ ସ୍ତନ କର୍କଟ ଏକ ମୁଣ୍ଡବ୍ୟଥାର କାରଣ ସାଜିଛି । କେତେକ କ୍ଷେତ୍ରରେ ଠିକ୍ ସମୟରେ ନିରାକରଣ ଏବଂ ଉପଯୁକ୍ତ ଚିକିତ୍ସା ଦ୍ୱାରା ଏହି ରୋଗର ନିରାକରଣ ସମ୍ଭବ ହୋଇଥାଏ । ସଚେତନ କରାଯିବା ଦ୍ବାରା ଏହି ରୋଗକୁ ମାତ ଦିଆଯାଇ ପାରିବ । ତେଣୁ ସ୍ତନ କର୍କଟ ରୋଗର ଲକ୍ଷଣ ଏବଂ ଏହାର ନିରାକରଣ ଏବଂ ଚିକିତ୍ସା ବିଷୟରେ ସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କ୍ରାନ୍ତି ପକ୍ଷରୁ ପ୍ରତି ଲୋକଙ୍କୁ ସଚେତନ କରିବା ସହ କର୍କଟ ମୁକ୍ତ ଭାରତ ଗଠନ କରିବା ଲକ୍ଷ୍ୟ ନେଇ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।ଏଥିରେ କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା କ୍ୟାନ୍ସର ସର୍ଭାଇଭର ଡ. ଦେବାନନ୍ଦ ଦାଶଙ୍କ ସଭାପତିତ୍ବ ରେ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ଏହି ସ୍ତନ କର୍କଟ ସଚେତନତା କାର୍ଯ୍ୟକ୍ରମ ରେ ନାରୀ ହସ୍ପିଟାଲର ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ଃ ନିଲାଙ୍ଗିନି ଗୋଖେଲ ପାଢୀ, ବିଶାଖାପାଟଣା ସ୍ଥିତ ଆପୋଲ ସେଣ୍ଟରର କ୍ୟାନ୍ସର ଡାକ୍ତର ଡ଼ଃ.ସୁମନ ଦାସ କର୍କଟ ରୋଗ ର କାରଣ , ନିରାକରଣ ଓ ସମାଜରେ ସଚେତନତା ସୃଷ୍ଟି କରିବା ପାଇଁ ଆହ୍ବାନ ଦେଇଥିଲେ। କ୍ୟାନ୍ସର ସର୍ଭାଇଭର୍ ତପସ୍ଵିନୀ ମିଶ୍ର ସେ କିପରି ସ୍ତନ କର୍କଟ ରୋଗରୁ ମୁକ୍ତି ପାଇଛନ୍ତି, ତାଙ୍କରି ଅନୁଭୂତି ପରିପ୍ରକାଶ କରିଥିଲେ। ସରକାରୀ ଆଇ. ଟି.ଆଇର ୪୦୦ ସହ ଛାତ୍ରୀ ନିଜର ପ୍ରଶ୍ନ ଉତ୍ତର ମାଧ୍ୟମ ଓ ଡ଼ଃ ପାଢୀଙ୍କ କଣ୍ଢେଇ ମାଧ୍ୟମରେ ସଚେତନତା କର୍ଯ୍ୟକ୍ରମକୁ ଅତି ସରସ ସୁନ୍ଦର କରିବା ରେ ସହାୟତା କରିଥିଲା | ଏହି ପରିପେଖିରେ କ୍ରାନ୍ତି ଅନୁଷ୍ଠାନର ଡ.ଦାଶ କର୍କଟ ରୋଗରେ ପୀଡିତ ହୋଇ,ସେ କିପରି କଷ୍ଟ ପାଇଛନ୍ତି ତାଙ୍କରି ଅନୁଭୁତି ପରିପ୍ରକାଶ କରିବା ସହ କର୍କଟ ରୋଗର ଚିକିତ୍ସା ବର୍ତ୍ତମାନ ସମୟରେ ଅତ୍ୟନ୍ତ ସହଜ ଓ ଏଥିରୁ ଜଣେ ରୋଗୀ ବଞ୍ଚି ପାରିବ ଏଵଂ କର୍କଟ ରୋଗକୁ ଡରନ୍ତୁ ନାହିଁ – ଡରାନ୍ତୁ ବୋଲି ଏହି ବାର୍ତ୍ତା ଦେଇଛନ୍ତି। ସଚେତନତା ଜାରି ରହିଲେ କର୍କଟ ମୁକ୍ତ ଭାରତବର୍ଷ ସମ୍ଭବ ବୋଲି ଡଃ.ଦାଶ ଦୃଢକ୍ତି ପ୍ରକାଶ କରିଛନ୍ତି। ଭୁବନେଶ୍ୱର ସ୍ଥିତ ୟୁ.ଆଇ. ଅସ୍ କ୍ୟାନ୍ସର ଫାଉଣ୍ଡଡେସେନର ଟ୍ରଷ୍ଟି ରାଜାରାମ ପାଢୀ କର୍କଟ ରୋଗ ଉପରେ ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଏହି ସଚେତନତା କାଯ୍ୟକ୍ରମକୁ କ୍ରାନ୍ତି ଅନୁଷ୍ଠାନ ର ଅନିଲ କୁମାର ସେଠୀ, ନିର୍ମଳା ଦାଶ, ଆଇ. ଟି. ଆଇ ର ଟିଓ ରତିକାନ୍ତ ପରିଡ଼ା, ପ୍ରତିଭା ଦ୍ବିବେଦୀ, ସୁଚିତ୍ରା ମିଶ୍ର ଓ ଅନୁପମା ସାହୁ ସହଯୋଗ କରିଥିଲେ। ଶେଷରେ ରାଜାରାମ ପାଢୀ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ