କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ପାଣିପଞ୍ଚାୟତ ପକ୍ଷ ପାଳିତ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ଜଳସମ୍ପଦ ବିଭାଗ ଓଡିଶା ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଜନ ଆନନ୍ଦପୁର ପକ୍ଷରୁ ବାହିଆ ବାରଦଣ୍ଡା ଠାରେ ପାଣିପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି । ଆନନ୍ଦପୁର କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ଅସିତ ବରଣ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁର୍ବାଞ୍ଚଳ କ୍ଷୁଦ୍ର ଜଳସେଚନ ମଣ୍ଡଳର କେନ୍ଦୁଝର ଅଧିକ୍ଷଣ ଯନ୍ତ୍ରୀ ଅବିନାଶ କୁମାର ସାହୁ, ତରତରା ସରପଞ୍ଚ ଜିତେନ୍ଦ୍ର ସାମଲ, ଗ୍ରାମସେବିକା ରଞ୍ଜୁଲତା ସେଠୀ, ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ଉଦୟ ନାରାୟଣ ଧର, ପାଣିପଞ୍ଚାୟତ ସମ୍ପାଦକ ମନୋରଞ୍ଜନ ସାମଲ, କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର କୁମାର ପୁଜାରୀ ପ୍ରମୁଖ ଯୋଗଦେଇ ପାଣିପଞ୍ଚାୟତ ପକ୍ଷ ପାଳନର ମହତ୍ୱ ସମ୍ପର୍କରେ ଆଲୋକପାତ କରିବା ସହିତ ଚାଷୀମାନେ କିଭଳି ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରି ଅଧିକରୁ ଅଧିକ ଚାଷ କରିପାରିବେ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପାଣିପଞ୍ଚାୟତର କର୍ମକର୍ତ୍ତା ଓ ଶତାଧିକ ଚାଷୀ ଯୋଗଦେଇଥିଲେ । ଏହି ଅବସରରେ ପାଣିପଞ୍ଚାୟତ ପକ୍ଷ ଉପଲକ୍ଷେ ଅନୁଷ୍ଠିତ ବିତର୍କ ପ୍ରତିଯୋଗୀତାରେ ସଫଳତା ଅର୍ଜନ କରିଥିବା ପାତାଳଶୁଣି ହାଇସ୍କୁଲର କୌଶିକ ନାୟକ, ବି.ଏନ.ହାଇସ୍କୁଲର ଦିବ୍ୟରଞ୍ଜନ ନାୟକ, ସରକାରୀ ବାଳିକା ବିଦ୍ୟାଳୟର ମୋନାଲିସା ନାୟକ ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ମୋନାଲିସା ନାୟକ ପାଣିପଞ୍ଚାୟତ ପକ୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ । ଶରତ ଜେନା, ଗଗନ ବେହେରା, ରଥ ନାଏକ, ଗଗନ ପେରେଇ, ରଙ୍ଗା ସାହୁ, ଟୁକୁନା ନାୟକ, ଗିରିଆ ହୋ, ଶଶି ନାଏକ, ମାଗୁଆ ହୋ, ବଟ ହୋ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


