ଟୁକୁଣା ରାଜ୍ୟ ସ୍ତରୀୟ କ୍ରିକେଟ, ୟୁନିକ କ୍ରିକେଟ ଏକାଡେମୀ କେନ୍ଦୁଝରକୁ ହରାଇ ୟୁ.ଏଣ୍ଡ ମି ବାଲେଶ୍ୱର ଫାଇନାଲରେ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଟୁକୁଣା ବିବେକାନନ୍ଦ ଷ୍ଟାଡ଼ିୟମରେ ଟୁକୁଣା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି । ବଡରମ୍ପାସ ପଞ୍ଚାୟତର ସରପଞ୍ଚ କାବେରୀ ସାହୁ, ସମିତିସଭ୍ୟା ପ୍ରଭାତୀଲତା ସୁତାର, ଆମ୍ବୋ ପଞ୍ଚାୟତର ସରପଞ୍ଚ ରାମଚନ୍ଦ୍ର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆଜିର ଏହି ଉଦଘାଟନ ମ୍ୟାଚରେ ୟୁଏଣ୍ଡ ମି ବାଲେଶ୍ୱର ୟୁନିକ କ୍ରିକେଟ ଏକାଡେମୀ କେନ୍ଦୁଝରକୁ ୬ଉଇକେଟରେ ପରାସ୍ତକରି ଫାଇନାଲରେ ପ୍ରବେଶ କରିଛି । ୟୁନିକ କ୍ରିକେଟ ଏକାଡେମୀ କେନ୍ଦୁଝର ଟସ୍‌ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୨୦ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୧୦୭ରନ ସଂଗ୍ରହ କରିଥିଲା । ଆଶିଷ ସାହୁ ସର୍ବାଧିକ ୪୪ବଲରେ ୩ଟି ଚୌକା ଓ ୩ଟି ଛକା ବଳରେ ୪୬ରନ କରିଥିଲେ । ୟୁ.ଏଣ୍ଡ ମିର ସୁକାନ୍ତ ମହାନ୍ତି ୪ଓଭରରେ ୯ରନ ଦେଇ ୫ଟି ଉଇକେଟ ଅକ୍ତିଆର କରିଥିଲେ । ୧୦୮ରନର ବିଜୟ ଲକ୍ଷନେଇ ଦ୍ୱିତୀୟରେ ପଡିଆକୁ ଓହ୍ଲାଇଥିବା ୟୁ.ଏଣ୍ଡ. ମି ବାଲେଶ୍ୱର ୧୫.୩ଓଭରରେ ୪ଉଇକେଟ ହରାଇ ୧୦୮ରନ ସଂଗ୍ରହ କରିନେଇ ୬ଉଇକେଟରେ ବିଜୟୀ ହୋଇଥିଲା । ଦଳ ପକ୍ଷରୁ ରୋନାଲ୍ଡ ଦାସ ସର୍ବାଧିକ ୧୭ବଲରେ ୩୫ରନ ରନ ସଂଗ୍ରହ କରିଥିଲେ । ୟୁ.ଏଣ୍ଡ ମି ବାଲେଶ୍ୱରର ସୁକାନ୍ତ ମହାନ୍ତିଙ୍କୁ ମ୍ୟାନ ଅଫ ଦ ମ୍ୟାଚ ବିବେଚନା ଯାଇଥିଲା । ଶାନ୍ତନୁ କୁମାର ରାଉତ ଓ ବିଜୟ ଜେନା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଜ୍ୟୋତିରଞ୍ଜନ ଜେନା, ଦେବାଶିଷ ଧଳ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ସୁଧାଶୁଂ ଶେଖର ମହାନ୍ତି ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ସଭାପତି ସୁରେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ସୁକାନ୍ତ ମହାନ୍ତିଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଭଗବାନ ନାୟକ, ପୁର୍ଣ୍ଣଚନ୍ଦ୍ର ମହାପାତ୍ର, ପଦ୍ମନାଭ ସାମଲ, ପ୍ରଦୀପ କୁମାର ସାହୁ, ଘନଶ୍ୟାମ ବେହେରା, ପୁର୍ଣ୍ଣଚନ୍ଦ୍ର ଶଙ୍ଖୁଆ, ସୁଧାଶୁଂ ବିଶ୍ୱାଳ, ନବଘନ ନାୟକ, ଅମରେଶ ଧଳ, ପ୍ରଶାନ୍ତ ଜେନା, ଲାଲୁ ପ୍ରସାଦ ଧଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ହଜାର ହଜାର ଦର୍ଶକ ଆଜିର ଖେଳକୁ ଉପଭୋଗ କରିଥିବାବେଳେ ଆସନ୍ତାକାଲି ରାଇଜିଂ ଷ୍ଟୁଡେଣ୍ଟ କଟକ ଓ ଚରମ୍ପା ଏକାଡେମୀ ଭଦ୍ରକ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ