ତପନ ନାୟକଙ୍କୁ ଜଗନ୍ନାଥ ଶିବିରାର୍ଥି ସମ୍ମାନ ୨୦୨୦

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକ କଦମ୍ବଡିହୀ ଗ୍ରାମର ତପନ ନାୟକଙ୍କୁ ଜଗନ୍ନାଥ ଶିବିରାର୍ôଥ ସମ୍ମାନ ୨୦୨୦ ପ୍ରଦାନ କରାଯାଇଛି । ଯାଜପୁର ଜିଲ୍ଲା ଜାରକା ଭାଲୁଖାଇର କୁମାରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଚାରଣ ଗୋଷ୍ଠୀ ପୁରୀ ଆବାହନରେ ଏକ ଦିନିଆ ଶ୍ରୀଜଗନ୍ନାଥ ଶିବିରରେ ମୁଖ୍ୟ ଅତିଥି ଭାବେ ବଡଚଣା ବିଧାୟକ ଅମର ପ୍ରସାଦ ସତପଥି, ହାଇଟେକ ଗ୍ରୁପର ଚେୟାରମ୍ୟାନ ଡାକ୍ତର ତିରୁପତି ପାଣିଗ୍ରାହୀ, ଗୋବର୍ଦ୍ଧନ ପୀଠ ପୁରୀ ଆଦିତ୍ୟ ବାହିନୀର ମହାସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ଚାରଣ ଗୋଷ୍ଠୀ ପୁରୀର ଗୋବିନ୍ଦ ଚନ୍ଦ୍ର ବେହେରା, ଶ୍ରୀମନ୍ଦିର ପୁରୀର ଆଚାର୍ଯଁ ସୁଦର୍ଶନ ପୂଜାପଣ୍ଡା ସାମନ୍ତ, ଶ୍ରୀମନ୍ଦିର ପୁରୀର ସ୍ୱତନ୍ତ ପଦାଧିକାରୀ ଡ. ଭାଷ୍କର ମିଶ୍ର, ସୁଆର ବଡ ନିଯୋଗ ପୁରୀର ସଭାପତି ବିଶ୍ୱନାଥ ସାମନ୍ତରାୟ, ମା ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର, ଚାରଣ ଗୋଷ୍ଠୀର ଉପଦଳ ସଭାପତି ଡ. ଶରତ ଚନ୍ଦ୍ର ପାତ୍ର, ଚାରଣଗୋଷ୍ଠୀ ପୁରୀର ଶୁଭେନ୍ଦୁ ସ୍ୱାଇଁ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ଏହି ଅବସରରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସମଣା ପଞ୍ଚାୟତ କନ୍ଦବଡିହୀ ଗ୍ରାମର ତପନ ନାୟକଙ୍କୁ ଜଗନ୍ନାଥ ଶିବିରାର୍ôଥ ସମ୍ମାନ ୨୦୨୦ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଓଡିଶା ସମେତ କଲିକତା, ସୁରଟ, ହାଇଦ୍ରାବାଦରୁ ଦୁଇଶହରୁ ଉର୍ଦ୍ଧ ଜଗନ୍ନାଥ ପ୍ରେମୀ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ