ଖଇରା ପୋଲ ନିକଟରୁ ୮୦ ଗ୍ରାମ ବ୍ରାଉନ ସୁଗାର ଜବତ ୨ ଗିରଫ
କଟକ:(ଦୀପକ୍ କୁମାର ବେଉରା) ଜଗତପୁର ଥାନା ଅନ୍ତର୍ଗତ ଖଇରା ବ୍ରିଜ ନିକଟରୁ ୮୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଜଗତପୁର ପୋଲିସ l ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ରୁ ଉର୍ଦ୍ଧ ହେବା l ଏହି ଘଟଣାରେ ୨ ଜଣ ବେପାରୀ କୁ ଗିରଫ କରିଛି ପୋଲିସ l ଅଭିଯୁକ୍ତ ଦୁଇ ହେଲେ ପଦ୍ମପୁର ଉର୍ଦୁ ବଜ଼ର ର ମନୋରଞ୍ଜନ ବେହେରା (ଜପୁ ) ଓ ବସନ୍ତ ଦଳାଇ (ବସୁ) ଏ ମାନଙ୍କ ନିକଟରୁ ,୮୦ଗ୍ରାମ ବ୍ରାଉନ ସୁଗର,ଗୋଟିଏ ବାଇକ,୧୬୦୦ ଟଙ୍କା ଦୁଇଟି ମୋବାଇଲ ଜବତ କରିଛି ପୋଲିସ।ଦୀର୍ଘ ଦିନ ହେବ ଏହି ଅଭିଯୁକ୍ତ ମାନେ ଆଖ ପାଖ ଅଂଚଳରେ ବେବସାୟ କରି ଆସୁଥିଲେ ଏହି ଧଳା ଜହର। ଯାହା ସୂଚନା ରଖିଛନ୍ତି ଯୋନ-୧ ଏସିପି ଅମରେନ୍ଦ୍ର ପଣ୍ଡା ଆଗକୁ ସକ୍ରିୟ ଥିବା ବ୍ରାଉନ ସୁଗାର ବ୍ୟବସାୟି ପ୍ରତି ଚଢ଼ାଉ ଜୋରଦାର ରହିବ ବୋଲି ସୂଚନା ଦେଇଛି ପୋଲିସ ।


