“ବୋଉ’ର ସମ୍ପାଦକଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, ଦୀର୍ଘ ବର୍ଷ ଧରି ସାହିତ୍ୟ, କବିତା, ସମାଜସେବା ଦ୍ୱାରା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା, “ବୋଉ’ର ସମ୍ପାଦକ କବି ସଞ୍ଜୟ କୁମାର ଚୌଧୁରୀଙ୍କୁ ଆସନ୍ତା ଗଣେଶ ଚତୁର୍ଥୀ ଅବସରରେ କଳିଙ୍ଗ ସାହିତ୍ୟ ଏକାଡେମୀ ଆୱାର୍ଡ଼ ସମ୍ପାଦନା କ୍ଷେତ୍ରରେ ୨୦୨୧ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଭାପତି ଡ. ପୂର୍ଣ୍ଣଚନ୍ଦ୍ର ଓଝା ପ୍ରକାଶ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀଯୁକ୍ତ ଚୌଧୁରୀ ମା’, ମାଟି, ମାତୃଭାଷାର ଉନ୍ନତି ପାଇଁ ନିଜକୁ ସମର୍ପଣ କରିବା ସହିତ ନୂତନ ପ୍ରତିଭାମାନଙ୍କୁ ସୁଯୋଗ ସୃଷ୍ଟି କରେଇବାପାଇଁ ଅଣ୍ଟା ଭିଡ଼ିଛନ୍ତି ।


