ଖଜୁରିପଡା ଫୁଟବଲ ଟୁର୍ଣ୍ଣା ମେଣ୍ଟ ସେମିଫାଇନାଲ
ଫୁଲବାଣୀ, (ସୁନିଲ କୁମାର ବେହେରା):ଆଜି କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକର ହାଇସ୍କୁଲ ପଡ଼ିଆଠାରେ ଖଜୁରିପଡା ଫୁଟବଲ ଟୁର୍ଣ୍ଣା ମେଣ୍ଟର ସେମିଫାଇନାଲ ଅନୁଷ୍ଠିତ ହେଇଥିଲା।ଏହି ଟୁର୍ଣ୍ଣାମେଣ୍ଟରେ କନ୍ଧମାଳ ଜିଲ୍ଲାର କଣ୍ଠଶିଳ୍ପୀ ତଥା ଅଭିନେତା ଜଳନ୍ଧର ବେହେରା ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ପୂର୍ବତନ ବିଧାୟକ ତଥା ଅଭିଜ୍ଞତା ସମ୍ପର୍ଣ୍ଣ ଫୁଟବଲ ଖେଳାଳୀ ଦେବେନ୍ଦ୍ର କଂହର ସଂଯୋଜକ ଭାବେ ଉପସ୍ଥିତ ଥିଲେ। ପୁରୁଣା କଟକ ଦଳ ଏବଂ ଆଠମଲିକ ଦଳ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା ଉଭୟ ଦଳ ମଧ୍ୟରୁ ଆଠମଲିକ ଦଳ ଗୋଟିଏ ଗୋଲ ପୁରୁଣା କଟକକୁ ପେନାଲଡି କର୍ଣ୍ଣର ମାରି ବିଜୟ ହୋଇ ଫାଇନାଲକୁ ଖେଳିବା ପାଇଁ ମନୋନୀତ ହୋଇଥିଲା। ବିଜୟୀ ଦଳର ଜଣକୁ ମ୍ୟାନ୍ ଅଫ ମ୍ୟାଚ ଘୋଷିତ କରି ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଶେଷରେ ମୁଖ୍ୟ ଅତିଥି ଖେଳରେ ହାର ଜିତ ସର୍ବଦା ଲାଗି ରହିଥାଏ। ହାରିବା ଦଳ ଦୁଃଖ ପ୍ରକାଶ ନକରି ବରଂ ପୁଣି ଥରେ ଜିତିବା ପାଇଁ ଚେଷ୍ଟା କରିବା ଉଚିତ ତେବେ ଯାଇ ସେ ଜଣେ ଭଲ ଖେଳାଳୀ ଭାବରେ ପରିଚିତ ହୋଇ ପାରିବ ବୋଲି ଉପସ୍ଥିତ ଖେଳାଳୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଖେଳ ଦ୍ଵାରା ପରସ୍ପର ମଧ୍ୟରେ ଭାଇଚାର ଭାବ ଉତ୍ପନ୍ନ ହୋଇଥାଏ ବୋଲି ମଧ୍ୟ କହିଥିଲେ।


