କମ୍ପ୍ୟୁଟର ଜଣାଇଦେବ ହସ ନକଲି କି ଅସଲି

ଲଣ୍ଡନ: ଗବେଷକମାନେ ଏବେ ଏକ ସଫ୍ଟୱେର ବିକାଶ କରିଛନ୍ତି ଯାହା ହସର ମୁଭ୍ମେଣ୍ଟକୁ ସଫ୍ଟୱେର ମାଧ୍ୟମରେ ଅନୁଧ୍ୟାନ କରି ତାହା ଅସଲି କି ନକଲି ଜଣାଇଦେବ । ଏ ସମ୍ପର୍କିତ ତଥ୍ୟ ଆଡ୍ଭାନ୍ସଡ ଇଞ୍ଜିନିୟରିଂ ଇନ୍ଫରମେଟିକ୍ସ ଜର୍ନାଲରେ ପ୍ରକାଶ ପାଇଛି । ଏହି ସଫ୍ଟୱେର ପ୍ରଥମେ ଭିଡିଓ ରେକର୍ଡିଂରେ ବ୍ୟକ୍ତିର ମୁହଁକୁ ମ୍ୟାପିଂ କରେ । ଏହା ପରେ ହସିବାବେଳେ ମୁହଁ, ଗାଲ ଓ ଆଖି ·ରିପାଖର ମୁଭ୍ମେଣ୍ଟକୁ ଭଲ ଭାବେ ଅନୁଧ୍ୟାନ କରିବା ପରେ ତାହା ଅସଲି କି ନକଲି ଜଣାଇଦିଏ । ଗବେଷକମାନେ କହନ୍ତି, ନକଲି ହସରେ କେବଳ ମୁହଁର ମାଂସପେଶୀର ମୁଭମେଣ୍ଟ୍ ଲକ୍ଷ୍ୟ କରାଯାଏ । କିନ୍ତୁ ଆଖି ପାଖରେ କୌଣସି ମୁଭମେଣ୍ଟ ପରିଲକ୍ଷିତ ହୁଏନାହିଁ । ସଫ୍ଟୱେର ଏହାକୁ ଭଲ ଭାବେ ନିରୀକ୍ଷଣ କରିବା ପରେ ଜଣାଇଦିଏ ହସ ନକଲି କି ଅସଲି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ